ଭାରତ-ପାକ୍‌ ଯୁଦ୍ଧ ଆଡ଼କୁ ମୁହାଁଇଛନ୍ତି: ଫାରୁକ୍‌

ଶ୍ରୀନଗର : ଲଗାତାର ଭାରତ ବିରୋଧୀ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲା କହିଛନ୍ତି ଯେ ଏବେ ଭାରତ ଓ ପାକିସ୍ତାନ ଯୁଦ୍ଧ ଆଡ଼କୁ ମୁହାଁଇଛନ୍ତି। ଉଭୟ ପଟୁ ଗୁଳିଗୋଳା ବର୍ଷା ଜାରି ରହିଥିବାରୁ ନିରୀହ ଲୋକଙ୍କ ମୃତ୍ୟୁ ଘଟୁଛି ଏବଂ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି ବୋଲି ସେ କହିଛନ୍ତି। ତେବେ ଅସ୍ତ୍ରବିରତି ଉଲ୍ଲଂଘନ ପାଇଁ ପାକିସ୍ତାନ ସହିତ ଭାରତକୁ ମଧ୍ୟ ଫାରୁକ୍‌ ଦାୟୀ କରିଥିବାରୁ ଏହାକୁ ବିଭିନ୍ନ ମହଲ କଡ଼ା ସମାଲୋଚନା କରିଛନ୍ତି। ଫାରୁକ୍‌ କହିଛନ୍ତି ଯେ କେବଳ ସେମାନେ ଗୁଳିବର୍ଷା କରୁନାହାନ୍ତି, ଆମେ ମଧ୍ୟ ଗୁଳିବର୍ଷା କରୁଛେ। କଶ୍ମୀରରେ ଏବେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଫାରୁକ୍‌ କହିଛନ୍ତି। ନିକଟରେ ଫାରୁକ୍‌ ପାକିସ୍ତାନ ଅଧିକୃତ କଶ୍ମୀରକୁ ପାକିସ୍ତାନର କହି ବିବାଦ ଘେରକୁ ଆସିଥିଲେ।

ସମ୍ବନ୍ଧିତ ଖବର