ନୂଆଦିଲ୍ଲୀ: ୨୦୧୮ ବର୍ଷରେ ହୋଇଥିବା ଭାରତର ବ୍ୟାଘ୍ର ଗଣନା ନୂଆ ଗିନିଜ୍ ୱାର୍ଲଡ୍ ରେକର୍ଡ ସୃଷ୍ଟି କରିଛି। ଦେଶରେ ବ୍ୟାଘ୍ରସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଇଛି ବୋଲି ସୂଚାଇବା ସହ ଏହି ଗଣନା ସମୟରେ ବ୍ୟାଘ୍ରମାନଙ୍କର ୭୬୦୦୦ ଏବଂ କ୍ବଚିତ୍ ଦୃଷ୍ଟିରେ ପଡୁଥିବା ବନ୍ୟ ମାର୍ଜାର ଓ କଲରାପତ୍ରିଆଙ୍କର ୫୧୦୦୦ରୁ ଅଧିକ ଫଟୋଚିତ୍ର ଉତ୍ତୋଳନ କରାଯାଇଛି।
ଏହି ତଥ୍ୟାବଳୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ, ସ୍ବଭାବପ୍ରେମୀଙ୍କ ପାଇଁ ଆନନ୍ଦର ବିଷୟ ଯେ, ୨୦୧୪ରେ ୨, ୨୨୬ ଥିବା ଭାରତର ବ୍ୟାଘ୍ରସଂଖ୍ୟା ୨୦୧୮ରେ ୨, ୯୬୭କୁ ବୃଦ୍ଧି ପାଇଛି। ଏହା ଫଳରେ ବିଶ୍ବରେ ବନ୍ୟ ମାର୍ଜାରଙ୍କ ପାଇଁ ଭାରତ ସର୍ବବୃହତ୍ ଏବଂ ସବୁଠୁ ନିରାପଦ ବାସସ୍ଥଳୀ ହୋଇପାରିଛି।
Image Courtesy of The Economic Timesବ୍ୟାଘ୍ରମାନଙ୍କର ଫଟୋ ପାଇବାକୁ ବନ୍ୟ ଅଧିକାରୀ ଓ ସଂରକ୍ଷକମାନେ ୧୩୯ଟି ଅଧ୍ୟୟନସ୍ଥଳର ୨୬, ୭୬୦ଟି ସ୍ଥାନରେ କ୍ୟାମେରା ଟ୍ରାପ୍ ବସାଇଥିଲେ। ସେଥିରୁ ପ୍ରାୟ ୩୫ ନିୟୁତ ଫଟୋ ମିଳିଛି। ପ୍ରାଣୀ ସାମ୍ରାଜ୍ୟର ଅନ୍ୟାନ୍ୟ ଅନେକ ଜୀବଜନ୍ତୁଙ୍କର ଦୁର୍ଲଭ ଫଟୋ ଉଠାଇବା ସହ ଏହି କ୍ୟାମେରା ସବୁ ବ୍ୟାଘ୍ରମାନଙ୍କର ୭୬, ୫୨୩ ଓ କଲରାପତ୍ରିଆମାନଙ୍କର ୫୧, ୩୩୭ ଫଟୋ ଉତ୍ତୋଳନ କରିଛନ୍ତି। ଏହି ସଂଖ୍ୟା ୨୦୧୪ରେ କରାଯାଇଥିବା ବ୍ୟାଘ୍ର ଗଣନାର ଫଟୋସଂଖ୍ୟା ଠାରୁ ଉଲ୍ଲେଖଯୋଗ୍ୟ ଭାବେ ଅଧିକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/tiger.jpg)