ଭାରତର କୃଷି ସଂସ୍କାର ଘରୋଇ ବ୍ୟାପାର: ୟୁକେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତର ନୂତନ କୃଷି ଆଇନକୁ କେନ୍ଦ୍ର କରି ଭାରତ ଓ ୟୁକେରେ ଦେଖାଦେଇଥିବା ସ୍ଥିତି ପ୍ରତି ୟୁକେ ସରକାର ସମ୍ପୂର୍ଣ୍ଣ ଅବଗତ ଅଛନ୍ତି। ତେବେ ଭାରତର ଏପରି କୃଷି ସଂସ୍କାର ହେଉଛି ଏକ ଘରୋଇ ବ୍ୟାପାର ଏବଂ ନୂଆଦିଲ୍ଲୀ ହିଁ ଏହାର ଯଥୋଚିତ ସମାଧାନ କରିପାରିବ ବୋଲି ୟୁକେର ବିଦେଶ ସଚିବ ଡମିନିକ୍‌ ରାବ୍‌ କହିଛନ୍ତି।

ଭାରତର ପଞ୍ଜାବୀ ଓ ଶିଖ୍‌ ସମ୍ପ୍ରଦାୟଙ୍କ ପାଇଁ ଭାରତ ସରକାରଙ୍କର କୃଷି ସଂସ୍କାରର ପ୍ରଭାବ ସମ୍ପର୍କରେ ଜଣେ କଞ୍ଜରଭେଟିଭ୍‌ ସାଂସଦ ପଚାରିଥିବା ପ୍ରଶ୍ନରେ ରାବ୍‌ ଏପରି ଉତ୍ତର ଦେଇଛନ୍ତି। ସେହିପରି ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ନାଇଜେଲ୍‌ ଆଦାମ୍‌ସ ମଧ୍ୟ ଭାରତୀୟ କୃଷି ସଂସ୍କାର ସମ୍ପର୍କରେ ଅନୁରୂପ ଟିପ୍ପଣୀ କରିଛନ୍ତି। ଅପରପକ୍ଷେ, କାଶ୍ମୀର ସମସ୍ୟା ସଂକ୍ରାନ୍ତ ଏକ ପ୍ରଶ୍ନରେ ୟୁକେ ବୈଦେଶିକ ସଚିବ ଚିନ୍ତା ପ୍ରକଟ କରିବା ସହ ସେଠାକାର ସ୍ଥିତିରେ ଉନ୍ନତି ସମ୍ପର୍କରେ ମଧ୍ୟ ତାଙ୍କ ସରକାର ନଜର ରଖିଥିବା କହିଛନ୍ତି।

ସମ୍ବନ୍ଧିତ ଖବର