ଭାରତର ଆଣ୍ଟି-ସାଟେଲାଇଟ ମିସାଇଲ ଟେଷ୍ଟ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ପ୍ରତି ବିପଦ ସୃଷ୍ଟି କରୁଛି : ନାସା

ଓ୍ଵାସିଂଟନ : ଗତ ମାର୍ଚ୍ଚ ୨୭ରେ ଭାରତ ପକ୍ଷରୁ କରାଯାଇଥିବା ଆଣ୍ଟି-ସାଟେଲାଇଟ ମିସାଇଲ ଟେଷ୍ଟ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ ( ଆଇଏସଏସ) ଓ ଏଥିରେ ଥିବା ମହାକାଶଚାରୀଙ୍କ ପ୍ରତି ବିପଦ ବୋଲି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା କହିଛି । ନାସର ଆଡମିନିଷ୍ଟ୍ରେଟର ଜିମ ବ୍ରିଡେନଷ୍ଟାଇନ କହିଛନ୍ତି ଯେ ଭାରତର ଆଣ୍ଟି-ସାଟେଲାଇଟ ମିସାଇଲ ଭବିଷ୍ୟତରେ ମହାକାଶକୁ ଯିବାକୁ ଥିବା ମହାକାଶଚାରୀଙ୍କ ପ୍ରତି ବିପଦ ସୃଷ୍ଟି କରିପାରେ ।

ମହାକାଶରେ ଆବର୍ଜ୍ଜନା ସୃଷ୍ଟିକୁ ଗ୍ରହଣ କରାଯିବ ନାହିଁ ବୋଲି ସେ କହିଛନ୍ତି । ପୂର୍ବରୁ ମଧ୍ୟ ନାସା ପକ୍ଷରୁ ଏପରି ଆଶଙ୍କା ପ୍ରକାଶ ପାଇଥିଲା, କିନ୍ତୁ ଭାରତର ବୈଜ୍ଞାନିକ ଏହାକୁ ଅମୂଳକ ବୋଲି କହିଥିଲେ । ଡିଆରଡିଓର ପୂର୍ବତନ ମୁଖ୍ୟ ଭି.କେ. ସାରସ୍ୱତ କହିଛନ୍ତି ଯେ ନାସାର ଏପରି ଆଶଙ୍କା ଆମୂଳକ । କାରଣ କୌଣସି ଶକ୍ତି ନଥାଇ ଏସବୁ ଖଣ୍ଡବିଖଣ୍ଡିତ ସାମଗ୍ରୀଗୁଡ଼ିକ ମହାକାଶରେ ବେଶୀ ଦିନ ରହିପାରିବ ନାହିଁ । ଏଗୁଡ଼ିକ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି ଧ୍ୱଂସ ପାଇଯିବ । ଏଣୁ ଏହା ଦ୍ୱାରା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ପ୍ରତି ବିପଦ ରହିବା କଥା ଅମୂଳକ ।

ସମ୍ବନ୍ଧିତ ଖବର