ବେଙ୍ଗାଲୁରୁ: ରୋଗୀ ଆସୁ ନ ଥିବାରୁ ଲକ୍ଷଣବିହୀନ ଓ ସାମାନ୍ୟ ଲକ୍ଷଣଯୁକ୍ତ କରୋନାଭାଇରସ୍ ଆକ୍ରାନ୍ତମାନଙ୍କ ଚିକିତ୍ସା ନିମନ୍ତେ ବେଙ୍ଗାଲୁରୁ ଆନ୍ତର୍ଜାତିକ ପ୍ରଦର୍ଶନୀ କେନ୍ଦ୍ରରେ ଖୋଲିଥିବା ଭାରତର ବୃହତ୍ତମ କୋଭିଡ୍ କେୟାର୍ ସେଣ୍ଟର୍ ସେପ୍ଟେମ୍ବର ୧୫ରୁ ବନ୍ଦ କରାଯିବ।
ସେପ୍ଟେମ୍ବର ୪ ତାରିଖରେ ‘ବୃହତ୍ ବେଙ୍ଗାଲୁରୁ ମହାନଗର ପାଳିକେ’ କହିଛି ଯେ, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୋଭିଡ୍ କେୟାର୍ ଟାସ୍କ୍ ଫୋର୍ସର ମୁଖ୍ୟଙ୍କ ପରାମର୍ଶକ୍ରମେ ୧୦, ୦୦୦ ଶଯ୍ୟାବିଶିଷ୍ଟ ଏହି କେନ୍ଦ୍ର ବନ୍ଦ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।
Image Courtesy of Money Controlଏହି କେନ୍ଦ୍ର ଲାଗି ଆସିଥିବା ଶଯ୍ୟା, ଗଦି, ପେଡେଷ୍ଟାଲ୍ ପଙ୍ଖା, ଡଷ୍ଟ୍ବିନ୍, ପାଣି ବିଶୋଧକ ଆଦି ସାମଗ୍ରୀ ସବୁକୁ ମାଗଣାରେ ସରକାରଙ୍କ ଦ୍ବାରା ଚାଳିତ ହଷ୍ଟେଲ୍ ଓ ଡାକ୍ତରଖାନାମାନଙ୍କୁ ଦେଇଦିଆଯିବ। ହଷ୍ଟେଲ୍ ନିମନ୍ତେ ସାମାଜିକ କଲ୍ୟାଣ ବିଭାଗକୁ ୨୫୦୦ ଆସବାବ୍ପତ୍ର ଦିଆଯିବ। ସେହିଭଳି ବଗଲକୋଟ୍ରେ ଥିବା କୃଷି ବିଶ୍ବବିଦ୍ୟାଳୟ ହଷ୍ଟେଲ୍, ସଂଖ୍ୟାଲଘୁ କଲ୍ୟାଣ ହଷ୍ଟେଲ୍ ଏବଂ ବେଙ୍ଗାଲୁରୁର ‘ଜିକେଭିକେ’କୁ ୧୦୦୦ଟି ଲେଖାଏଁ ଆସବାବ୍ପତ୍ର ଦିଆଯିବ। ଅନ୍ୟ କୌଣସି ସରକାରୀ ଡାକ୍ତରଖାନା ଓ ହଷ୍ଟେଲ୍ ଅନୁରୋଧ କଲେ ବାକି ଆସବାବ୍ପତ୍ର ପ୍ରଦାନ କରାଯିବ।
ଲକ୍ଷଣବିହୀନ ଓ ସାମାନ୍ୟ ଲକ୍ଷଣଯୁକ୍ତ କରୋନାଭାଇରସ୍ ଆକ୍ରାନ୍ତମାନେ ହୋମ୍ଆଇସୋଲେସନ୍ରେ ରହିବାକୁ ସରକାର ନିଷ୍ପତ୍ତି ନେବା କାରଣରୁ ଏହି କେନ୍ଦ୍ରରେ ଭର୍ତ୍ତି ହେବାକୁ ଲୋକେ ପ୍ରାୟ ଆସିଲେ ନାହିଁ।
ଏହାଛଡ଼ା ପୂର୍ବରୁ ଏହି କେନ୍ଦ୍ର ମଧ୍ୟ ବିବାଦୀୟ ହୋଇପଡ଼ିଥିଲା। ଏହାର କାରଣ ହେଉଛି ଦୁର୍ନୀତି। କେନ୍ଦ୍ର ପାଇଁ ଆବଶ୍ୟକ ଶଯ୍ୟା ଓ ଆସବାବ୍ପତ୍ର ଚଢ଼ା ଦରରେ ଭଡ଼ାରେ ନିଆଯାଉଥିବା ଅଭିଯୋଗ ହୋଇଥିଲା। ତେଣୁ, ସରକାର ଏ ସମସ୍ତ ଆସବାବ୍ପତ୍ର ଖରିଦ କରିବାକୁ ସ୍ଥିର କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/bengaluru-covid-care-1-1.jpg)