କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜର ବୟାନବାଜିକୁ ନେଇ ଅନେକ ସମୟରେ ବିବାଦ ସୃଷ୍ଟି କରିଥାନ୍ତି। ଆଗକୁ ଦୁର୍ଗା ପୂଜା ଆସୁଥିବା ବେଳେ ପ୍ରତିଦ୍ୱନ୍ଦ୍ୱୀ ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ଅମିତ ଶାହାଙ୍କୁ ଟାର୍ଗେଟ କରି ଏକ ସ୍ୱତନ୍ତ୍ର 'ଟି-ସାର୍ଟ'ର ସର୍ବାଧିକ ପ୍ରଚାର କରିବାକୁ ତୃଣମୂଳ କଂଗ୍ରେସ (ଟିଏମସି ) ଉଦ୍ୟମ ଆରମ୍ଭ କରିଛି।
ସୂଚନା ମୁତାବକ, ଦୁର୍ଗା ପୂଜା ପାଇଁ ତିଆରି ହୋଇଥିବା 'ଟି-ସାର୍ଟ'ରେ ବିଜେପି ନେତା ଶାହାଙ୍କ ମୁହଁର ଏକ କାର୍ଟୁନ୍ ଅଛି ଏବଂ ସେଥିରେ ଲେଖିଅଛି,'ଭାରତର ସବୁଠାରୁ ବଡ଼ ପପୁ'। ଧଳା, କଳା, ହଳଦିଆ ପରି ଅନେକ ରଙ୍ଗରେ ଏହି 'ଟି-ସାର୍ଟ' ଉପଲବ୍ଧ ରହିଛି । ବିଜେପି ଅଧିକାଂଶ ସମୟରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ 'ପପୁ' ବୋଲି କହିଥାଏ, ଯାହା ମାଧ୍ୟମରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଦଳ ବର୍ତ୍ତମାନ ଶାହାଙ୍କୁ ପରିହାସ କରିବାକୁ ଚେଷ୍ଟା କରୁଛି । ଯାହାକି ଦଳ, ଦୁର୍ଗା ପୂଜା ସମୟରେ ଏହି ଅଭିଯାନକୁ ଆରମ୍ଭ କରିବା ଯୋଜନାରେ ରହିଛି।
ତୃଣମୂଳର ନେତା ତଥା ରାଜ୍ୟସଭା ସଦସ୍ୟ ଡେରେକ୍ ଓ’ବ୍ରାଏନ୍ କହିଛନ୍ତି, 'ଉପହାସ' ହେଉଛି କାହାକୁ ଆପଣଙ୍କ କଥା ପହଞ୍ଚାଇବା ପାଇଁ ସବୁଠାରୁ ଭଲ ଉପାୟ । ଏହା ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ମନ୍ତବ୍ୟରୁ ଆରମ୍ଭ ହୋଇ ସୋସିଆଲ ମିଡିଆରେ ସବୁଆଡ଼େ ପ୍ରଚାର ହୋଇଛି ।
You cannot give someone a title just because you feel like it. The person must truly deserve it!
Listen to the many reasons why this gentleman has truly EARNED the title #IndiasBiggestPappuAmitShah
VIDEO 👇 pic.twitter.com/vGHsyAjR5Z
— Derek O'Brien | ডেরেক ও'ব্রায়েন (@derekobrienmp) September 5, 2022
କୋଇଲା ଚୋରା ଚାଲାଣ ମାମଲାର ୭ଘଣ୍ଟା ଧରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପଚରାଉଚରା କରିବା ପରେ ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ସେପ୍ଟେମ୍ବର ୨ରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶାହାଙ୍କୁ “ଭାରତର ସବୁଠାରୁ ବଡ ପପୁ”ବୋଲି କହିଥିଲେ । ତାପରେ ବାନାର୍ଜୀଙ୍କ ସମ୍ପର୍କୀୟ ଆକାଶ ବାନାର୍ଜୀ ଏବଂ ଅଦିତି ଜ୍ଞାନେ ସୋସିଆଲ ମିଡିଆରେ 'ଟି-ସାର୍ଟ' ସ୍ଲୋଗାନ ଦେଇ କାର୍ଟୁନ ଏବଂ ଟି-ସାର୍ଟ ପିନ୍ଧିଥିବା ଶାହଙ୍କ ଚିତ୍ର ସେୟାର କରିଥିଲେ । ଅଭିଷେକ ବାନାର୍ଜୀ ଦଳର ଯୁବ କର୍ମୀଙ୍କୁ ଏହାର ନୂତନ 'ଡିଜାଇନ୍' ପ୍ରସ୍ତୁତ କରିବାକୁ ଏବଂ ଏହାକୁ ପ୍ରାୟ ୩୦୦ ଟଙ୍କା (ଟି-ସାର୍ଟ)ରେ ବିକ୍ରି କରିବାକୁ କହିଛନ୍ତି ।
ଓ’ବ୍ରାଇନ୍ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବରୁ ଏହି 'ଟି-ସାର୍ଟ' କେବଳ ଅନଲାଇନରେ ଉପଲବ୍ଧ ଥିଲା । ଏବେ ବଜାରରେ ମଧ୍ୟ ମିଳୁଛି । ୨୫ ବର୍ଷରୁ କମ୍ କଲେଜ ଛାତ୍ର ଏବଂ ଯୁବ ପାର୍ଟି କର୍ମୀମାନେ ଏହି 'ଟି-ସାର୍ଟ' ତିଆରି କରୁଛନ୍ତି । ଏହି ଅଭିଯାନକୁ କଂଗ୍ରେସ ପସନ୍ଦ କରିବା ଉଚିତ୍, 'କାରଣ ବିଜେପି ଏହି ଶବ୍ଦରେ ନେତାଙ୍କୁ ପରିହାସ କରୁଥିଲା ଏବେ ବିଜେପି ସହିତ ମଧ୍ୟ ସମାନ ଘଟଣା ଘଟୁଛି' । ଓ’ବ୍ରାଇନ୍ ନିଜେ ସୋସିଆଲ ମିଡିଆରେ ଧଳା 'ଟି-ସାର୍ଟ' ପିନ୍ଧି ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି । କୋଲକାତା ରୁ ଦିଲ୍ଲୀ ଆସୁଥିବା ବେଳେ ବିମାନରେ ମଧ୍ୟ ଏଭଳି ଏକ 'ଟି-ସାର୍ଟ' ପିନ୍ଧିଥିଲେ ।
ଅନ୍ୟପକ୍ଷରେ ବିଜେପି ଦଳର ବରିଷ୍ଠ ନେତା ରାହୁଲ ସିହ୍ନା ଏହି ଅଭିଯାନକୁ ନେଇ କହିଛନ୍ତି ଯେ, ଏହି 'ବ୍ୟକ୍ତିଗତ ଆକ୍ରମଣ'ର କୌଣସି ଲାଭ ହେବ ନାହିଁ ।