ଋଷିଆ ଠାରୁ ଏସ-୪୦୦ କିଣିଲେ ଆମ ସହ ପ୍ରତିରକ୍ଷା ସଂପର୍କ ଖରାପ ହେବ : ଭାରତକୁ ଆମେରିକାର ଚେତାବନୀ

ନୂଆଦିଲ୍ଲୀ : ଭାରତ ଋଷିଆଠାରୁ ଏସ-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ କିଣିଲେ ତାହାର ପ୍ରଭାବ ଭାରତ-ଆମେରିକା ପ୍ରତିରକ୍ଷା ସଂପର୍କ ଉପରେ ପଡିବ ବୋଲି ଟ୍ରମ୍ପ ପ୍ରଶାସନ ସତର୍କ କରାଇଦେଇଛି । ଆମେରିକାର ପରରାଷ୍ଟ୍ର ବିଭାଗର ଜଣ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଭାରତ ଆମେରିକାଠାରୁ ଏସ-୪୦୦ ମିସାଇଲ ସିଷ୍ଟମ କିଣିବା ଏକ ଛୋଟିଆ ଘଟଣା ନୁହେଁ । ୱାସିଂଟନର ଆପତ୍ତି ସତ୍ତ୍ବେ ଯଦି ଭାରତ ଏହାକୁ କିଣେ ତେବେ ତାହା ଭାରତ-ଆମେରିକା ସାମରିକ ସଂପର୍କକୁ ପ୍ରଭାବିତ କରିବ ।

ଗତ ଅକ୍ଟୋବର ମାସରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗ୍ରସ୍ତ କାଳରେ ୫ ସେଟ୍‌ ଏସ-୪୦୦ ଯୋଗାଣ ପାଇଁ ଭାରତ ଓ ଋଷିଆ ମଧ୍ୟରେ ଚୁକ୍ତି ହୋଇଥିଲା । ଏହି ଚୁକ୍ତି ଅନୁସାରେ ଭାରତ ମୋଟ ୫.୪୩ ବିଲିୟନ ଡଲାର ବିନିମୟରେ ମୋଟ ୫ ଟି ରେଜିମେଣ୍ଟାଲ ସେଟ ଏସ-୪୦୦ କିଣିବ । ୨୦୨୦ ମସିହାରେ ଋଷିଆରୁ ପ୍ରଥମ ଏସ-୪୦୦ ମିଳିବ । ୨୦୨୧ରେ ୨ୟ ସେଟ ମିଳିବ । ତାପରବର୍ଷ ଆଉ ୩ଟି ମିଳିବ । ୨୦୨୩ରେ ୫ମ ସେଟ ଏସ-୪୦୦ ମିଳିବ ବୋଲି ଲକ୍ଷ୍ୟ ରଖାଯାଇଛି ।

ସମ୍ବନ୍ଧିତ ଖବର