ନୂଆଦିଲ୍ଲୀ : ଭାରତରେ ନବଜାତ ଶିଶୁ ଓ ୫ ବର୍ଷରୁ କମ ଶିଶୁ ମୃତ୍ୟୁ ହାରରେ ଉଲ୍ଲେଖନୀୟ ହ୍ରାସ ହୋଇଛି । ମାତ୍ର ଶିଶୁମାନଙ୍କ ମଧ୍ୟରେ ପୁଷ୍ଟିହୀନତା ଚିନ୍ତାଜନକଭାବେ ବଢିଛି ବୋଲି ୫ମ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେରୁ ଜଣାପଡ଼ିଛି ।

Advertisment

୨୦୧୫-୧୬ରେ ହୋଇଥିବା ୪ର୍ଥ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ତୁଳନାରେ ଦେଶର ୧୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ନବଜାତ ଶିଶୁ ମୃତ୍ୟୁହାର ହ୍ରାସ ପାଇଛି । ସେହିପରି ୧୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୫ ବର୍ଷରୁ ଶିଶୁ ମୃତ୍ୟୁହାର ହ୍ରାସ ପାଇଛି ।
୫ମ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭ ରିପୋର୍ଟକୁ ଶନିବାରଦିନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଉନ୍ମୋଚନ କରିଥିଲେ । ଏଥର ଦେଶବ୍ୟାପି ପ୍ରାୟ ୬.୧ ଲକ୍ଷ ପରିବାରକୁ ନେଇ ଏହି ସର୍ଭେ କରାଯାଇଛି ।

ଏହି ସର୍ଭେର୍ ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଦେଶର ପ୍ରମୁଖ ରାଜ୍ୟଗୁଡ଼ିକରେ ପ୍ରଜନନ ହାର ହ୍ରାସ ପାଇଛି । ଏହା ସହିତ ଗର୍ଭନିରୋଧ ଔଷଧ ସେବନ ମାତ୍ରା ମଧ୍ୟ ବଢିଯାଇଛି । ୧୨ରୁ ୨୩ ମାସ ଶିଶୁଙ୍କ ମଧ୍ୟରେ ଟିକାକରଣ ବୃଦ୍ଧି ପାଇଛି ବୋଲି ଏହି ସର୍ଭେରୁ ଜଣାପଡ଼ିଛି ।