ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୦୦ ଟପିଲା, ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ରବିବାର ଦିନ କୋଭିଡ -୧୯ ଆକ୍ରାନ୍ତଙ୍କ ସଂଖ୍ୟା ଭାରତରେ ୧୦୦୦  ଅତିକ୍ରମ କରିଛି | ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ୨୭କୁ ବୃଦ୍ଧି ପାଇଛି। ମନ୍ତ୍ରାଳୟ ଦେଶରେ ୬ଟି ନୂଆ ମୃତ୍ୟୁ ବିଷୟରେ ଜଣାଇଛି | ଦିଲ୍ଲୀ, ଗୁଜୁରାଟ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର ଏବଂ ତେଲେଙ୍ଗାନାରୁ ଜଣେ ଲେଖାଏଁ ପ୍ରାଣ  ହରାଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏହା ସହ ନୋବେଲ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇ ସାରା ବିଶ୍ୱରେ ମୃତ୍ୟୁ ସଂଖ୍ୟା ୩୦,୦୦୦ଅତିକ୍ରମ କରିଥିବା ଜଣାପଡ଼ିଛି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆନୁଯାୟୀ, ରବିବାର ସନ୍ଧ୍ୟା ସୁଦ୍ଧା ୧,୦୦୦ଆକ୍ରାନ୍ତଙ୍କ ମଧ୍ୟରୁ ୯୦୧ଜଣଙ୍କର ବର୍ତ୍ତମାନ ଚିକିତ୍ସା ଚାଲୁଥିବା ବେଳେ ୯୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ଏହା ସହ ୨୭ ଜଣକର ମୃତ୍ୟୁ ଘଟିଛି | ରବିବାର ସକାଳ ୧୦ଟା ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା୯୭୯ଟି ଥିବା ବେଳେ ସେମାନଙ୍କ ମଧ୍ୟରୁ ୮୬ଜଣ ସୁସ୍ଥ ହୋଇଯାଇଛନ୍ତି ବା ଡାକ୍ତରଖାନାରୁ ବିଦା ହୋଇଛନ୍ତି ବୋଲି କହିଥିଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଶନିବାର ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୯୧୮ ଥିଲା।

ସମ୍ବନ୍ଧିତ ଖବର