ନୂଆଦିଲ୍ଲୀ : ପାକିସ୍ତାନର ଆକ୍ରମଣ ଜବାବରେ ପ୍ରଚଣ୍ଡ ଆକ୍ରମଣ କରିଛି ଭାରତ । ପାକିସ୍ତାନର ସିଆଲକୋଟ୍, ଲାହୋର ଓ ରାଜଧାନୀ ଇସ୍ଲାମାବାଦ ଉପରେ ଭାରତୀୟ ସେନା ଓ ବାୟୁସେନା ପକ୍ଷରୁ ପ୍ରଚଣ୍ଡ ବୋମାବର୍ଷଣ କରାଯାଉଛି । ଏହି ଆକ୍ରମଣରେ ଡ୍ରୋନର ବ୍ୟବହାର ମଧ୍ୟ କରାଯାଉଛି । ଭାରତ ପୂର୍ବରୁ ହିଁ ଲାହୋରର ଏୟାର ଡିଫେନ୍ସ ସିଷ୍ଟମକୁ ଧ୍ବଂସ କରିସାରିଛି । ଏହାଛଡ଼ା କିଛି ସମୟ ପୂର୍ବରୁ ଭାରତ ଲାହୋରର ଆଉ ଏକ ଆଓ୍ବାକସ୍ ଏୟାର ଡିଫେନ୍ସ ସିଷ୍ଟମକୁ ନଷ୍ଟ କରିଦେଇଛି ।
କେତେକ ରିପୋର୍ଟ ଅନୁସାରେ ଭାରତୀୟ ନୌସେନା ବି ସକ୍ରିୟ ହୋଇଯାଇଛି । ଏହା ପରେ ବନ୍ଦର ନଗରୀ କରାଚୀ ଓ ବାହାବଲପୁରରେ ସାଇରନ ବାଜି ଉଠିଛି।
ଅନ୍ୟପଟେ, ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ତୁରନ୍ତ ହ୍ରାସ ପାଇଁ ଆମେରିକା ନିବେଦନ କରିଛନ୍ତି । ଆମେରିକାର ବିଦେଶ ସଚିବ ମାର୍କୋ ରୁବିଓ ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ କଥା ହୋଇ ଆକ୍ରମଣ ବନ୍ଦ କରିବାକୁ ନିବେଦନ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/05/08/qhhujzSDO9Nh64xdzJqq.jpg)