ଭାରତରେ ୧ଲକ୍ଷ ଜନସଂଖ୍ୟା ମଧ୍ୟରେ ଚିହ୍ନଟ ହେଉଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବିଶ୍ୱରେ ସର୍ବନିମ୍ନ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଭାରତରେ ୧ଲକ୍ଷ ଜନସଂଖ୍ୟା ମଧ୍ୟରେ ଚିହ୍ନଟ ହେଉଥିବା କରୋନା ଆକ୍ରାନ୍ତ ଅନ୍ୟ ଦେଶ ଅପେକ୍ଷା ଖୁବ କମ ବୋଲି କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ | ଅନ୍ୟ ଦେଶ ଅପେକ୍ଷା ଭାରତରେ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା କମ ଥିବା ସହ ସୁସ୍ଥ ସଂଖ୍ୟା ଅଧିକ ରହିଛି | ରବିବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(‘ହୁ’) ଜାରି କରିଥିବା ରିପୋର୍ଟକୁ ଆଧାର କରି ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟଏହି ଦାବି କରିଛି |

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ, “ଭାରତରେ ଏକ ଲକ୍ଷ ଜନସଂଖ୍ୟାରେ ୩୦.୦୪ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ବିଶ୍ୱରେ ହାରାହାରି ଏହା ୧୧୪.୬୭ ଗୁଣ ଅଧିକ ଅଟେ। ଆମେରିକାର ଏକ ଲକ୍ଷ ଜନସଂଖ୍ୟାରେ ୬୭୧.୨୪ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଜର୍ମାନୀ, ସ୍ପେନ୍ ଏବଂ ବ୍ରାଜିଲରେ ୫୮୩.୮୮, ୫୨୬.୨୨ ଏବଂ ୪୮୯.୪୨ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି | ଭାରତ ସରକାର କୋଭିଡ-୧୯କୁ ନେଇ ସମୟ ପୂର୍ବରୁ ଲକଡାଉନ କରିବା, ବିଭିନ୍ନ ଜୋନ ପାଇଁ ଭିନ୍ନ ଭିନ୍ନ ନିୟମ ବନାଇବା ଏବଂ ଲୋକଙ୍କୁ ଠିକ ସମୟରେ ସତର୍କ କରିଥିବାରୁ ଏହା ସମ୍ଭବ ହୋଇପାରିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି |

India has 7.1 COVID-19 cases per lakh population as against 60 ...
Deccan Herald

ସମଗ୍ର ଦେଶରେ ବର୍ତ୍ତମାନ ୪୨୫୨୮୨ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୩୭୧୯୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୧୩୬୯୯ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୪୩୮୭ ରହିଛି।

ସମ୍ବନ୍ଧିତ ଖବର