ସମ୍ପ୍ରତି ଦେଶର କୋଭିଡ୍-୧୯ ସୁସ୍ଥତା ହାର ୬୪%ରୁ ଅଧିକ, ୧୬ ରାଜ୍ୟରେ ସୁସ୍ଥତା ହାର ଜାତୀୟ ସୁସ୍ଥତା ହାର ଠାରୁ ଅଧିକ

ନୂଆଦିଲ୍ଲୀ: ଭାରତରେ କୋଭିଡ୍-୧୯ ରୋଗୀଙ୍କ ସୁସ୍ଥତା ହାର କ୍ରମାଗତ ବୃଦ୍ଧି ପାଉଛି ଏବଂ ଗତ ସପ୍ତାହରେ ଦିନକୁ ୩୪, ୦୦୦ରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଥିବା କଥା ଆଜି ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି।

ସାମ୍ବାଦିକ ସମ୍ମିଳନୀରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ସଚିବ ରାଜେଶ ଭୂଷଣ କହିଛନ୍ତି, ‘‘ଗତ ସପ୍ତାହରେ ଦୈନିକ ୩୪, ୦୦୦ରୁ ଅଧିକ ସୁସ୍ଥ ହୋଇଛନ୍ତି। ଆରୋଗ୍ୟ ହାର ସକାରାତ୍ମକ ଧାରା ପ୍ରଦର୍ଶନ କରିଛି। ଏପ୍ରିଲ୍ ମାସରେ ସୁସ୍ଥତା ହାର ୭. ୮୫% ଥିବା ବେଳେ ଆଜି ୬୪. ୪%ରେ ପହଞ୍ଚିଛି।

ଜାତୀୟ ସୁସ୍ଥତା ହାର ଠାରୁ ୧୬ଟି ରାଜ୍ୟରେ ସୁସ୍ଥତା ହାର ଅଧିକ ଅଛି। ଦିଲ୍ଲୀରେ ସୁସ୍ଥତା ହାର ୮୮%, ଲଦାଖରେ ୮୦%, ହରିୟାଣାରେ ୭୮%, ଆସାମରେ ୭୬%, ତେଲେଙ୍ଗାନାରେ ୭୪%, ତାମିଲନାଡୁ ଏବଂ ଗୁଜରାଟରେ ୭୩%, ରାଜସ୍ଥାନରେ ୭୦%, ଏମ୍‌ପି ୬୯% ଏବଂ ଗୋଆରେ ୬୮%।

Image Courtesy of Hindustan Times

ଭୂଷଣ ଆହୁରି କହିଛନ୍ତି ଯେ, ଜୁନ୍ ୪ ତାରିଖ ବେଳକୁ ୧ ଲକ୍ଷ ଥିବା ସୁସ୍ଥତା ସଂଖ୍ୟା ଜୁନ୍ ୨୫ ତାରିଖ ବେଳକୁ ୩, ୪୭, ୯୭୮ ପହଞ୍ଚି ଜୁଲାଇ ୨୯ ତାରିଖ ସୁଦ୍ଧା ୧୦ ଲକ୍ଷ ଟପି ସାରିଛି।

ଆଜି ସୁଦ୍ଧା ସମୁଦାୟ ସୁସ୍ଥତା ସଂଖ୍ୟା ୧୦. ୨୦ରେ ପହଞ୍ଚିଛି। କେନ୍ଦ୍ର ଓ ରାଜ୍ୟମାନେ ଯାହା କିଛି ଉଦ୍ୟମ କରିଛନ୍ତି, ସବୁଗୁଡ଼ିକ ଫଳପ୍ରଦ ହୋଇଛି।

ବିପୁଳ ସଂଖ୍ୟକ ସୁସ୍ଥତା ନିମନ୍ତେ ସେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଦେଶରେ କୋଭିଡ୍-୧୯ରୁ ୧ ନିୟୁତରୁ ଅଧିକ ଲୋକ ଆରୋଗ୍ୟ ହୋଇଛନ୍ତି। ଆମ ଡାକ୍ତର, ନର୍ସ ଏବଂ କ୍ଷେତ୍ରବିଶେଷର କର୍ମୀମାନଙ୍କ ନିଃସ୍ବାର୍ଥ କାର୍ଯ୍ୟ ଓ ଉତ୍ସର୍ଗୀକୃତ ସେବା ପାଇଁ ଏତେ ସଂଖ୍ୟକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ କୋଭିଡ୍-୧୯ ଜନିତ କେସ୍ ଫାଟାଲିଟି ରେଟ୍ ମଧ୍ୟ ହ୍ରାସ ପାଇଛି। ଜୁନ୍‌ରେ ସିଏଫ୍‌ଆର୍ ୩. ୩୩%ରେ ଥିବାବେଳେ। ଆଜି ତାହା ୨. ୨୧% ସେ କହିଛନ୍ତି।

 

 

ସମ୍ବନ୍ଧିତ ଖବର