ଭାରତରେ କରୋନା ରୋଗୀଙ୍କ ସୁସ୍ଥତା ହାର ୬୩% ଓ ମୃତ୍ୟୁ ହାର ମାତ୍ର ୨.୭୨%: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ କରୋନା ରୋଗୀଙ୍କ ସୁସ୍ଥତା ହାର ପ୍ରାୟ ୬୩% ଥିବା ବେଳେ ମୃତ୍ୟୁ ହାର ମାତ୍ର ୨.୭୨% ଥିବା କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ । ଗତକାଲି ଭାରତରେ ଗୋଷ୍ଠୀ ସଂକ୍ରମଣ ହୋଇ ନଥିବା ନେଇ ସୂଚନା ଦେଇଥିବା ବେଳେ ଆଜି ଦେଶବାସୀଙ୍କୁ ଏହି ବଡ଼ ଖବର ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । ଦେଶରେ କୋଭିଡ-୧୯ ସ୍ଥିତିରେ ସୁଧାର ଆସୁଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଶୁକ୍ରବାର ଦିନ ସୂଚନା ଦେଇଛନ୍ତି।

ତାଙ୍କ କହିବା ମୁତାବକ, ଭାରତର କୋଭିଡ-୧୯ ସୁସ୍ଥତା ହାର ୬୩%, ମୃତ୍ୟୁ ହାର ମାତ୍ର ୨.୭୨% | ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାକୁ ନେଇ  ଆମେ ଚିନ୍ତିତ ନୁହଁ। ଆମେ ପରୀକ୍ଷାକୁ ତ୍ୱରାନ୍ୱିତ କରୁଛୁ, ଯାହା ଦ୍ବାରା ସର୍ବାଧିକ ମାମଲା ଚିହ୍ନଟ ହୋଇ ସେମାନଙ୍କ ଚିକିତ୍ସା ହୋଇପାରିବ। ଦୈନିକ ପ୍ରାୟ ୨.୭ ଲକ୍ଷ ପରୀକ୍ଷା କରାଯାଉଥିବା ନେଇ ସେ କହିଛନ୍ତି।

Coronavirus India live updates: Odisha reports highest single day ...
Times of India

ସୂଚନା ମୁତାବକ, ଆଜି ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୬,୫୦୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୭୫ଜଣଙ୍କର ମୃତ୍ୟୁ ଘଟିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ସମଗ୍ର ଦେଶରେ ୭୯୩୮୦୨ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୪୯୫୫୧୨ ଜଣ ସୁସ୍ଥ ହୋଇଥିବା ସହ ୨୧୬୦୪ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଏହା ସହ ବର୍ତ୍ତମାନ ଦେଶରେ ୨୭୬୬୮୫ଟି ସକ୍ରିୟ ମାମଲା ରହିଛି।

ସମ୍ବନ୍ଧିତ ଖବର