ଭାରତରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୩. ୪୩ ଲକ୍ଷ ଟପିଲା; ଗତ ୨୪ ଘଣ୍ଟାରେ ସଂକ୍ରମଣ ସଂଖ୍ୟା ୧୦, ୬୬୭

ନୂଆଦିଲ୍ଲୀ: ଜୁନ୍ ୧୬ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୩୪୩୦୯୧ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୮୦୦୧୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୯୯୦୦ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୩୧୭୮ ରହିଛି।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୮୮ ଜଣ, ଆସାମରେ ୮ ଜଣ, ବିହାରରେ ୪୦ ଜଣ, ଚଣ୍ଡିଗଡ଼ରେ ୬ ଜଣ, ଛତିଶଗଡ଼ରେ ୮ ଜଣ, ଦିଲ୍ଲୀରେ ୧୪୦୦ ଜଣ, ଗୁଜରାଟରେ ୧୫୦୫ ଜଣ, ହରିୟାଣାରେ ୧୦୦ ଜଣ, ହିମାଚଳ ପ୍ରଦେଶରେ ୮ ଜଣ, ଜମ୍ମୁ ଓ କଶ୍ମୀରରେ ୬୨ ଜଣ, ଝାଡ଼ଖଣ୍ଡରେ ୮ ଜଣ, କର୍ଣ୍ଣାଟକରେ ୮୯ ଜଣ, କେରଳରେ ୨୦ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୪୬୫ ଜଣ, ମହାରାଷ୍ଟ୍ରରେ ୪୧୨୮ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧୧ ଜଣ, ପୁଦ୍ଦୁଚେରୀରେ ୫ ଜଣ, ପଞ୍ଜାବରେ ୭୧ ଜଣ, ରାଜସ୍ଥାନରେ ୩୦୧ ଜଣ, ତାମିଲନାଡୁରେ ୪୭୯ ଜଣ, ତେଲେଙ୍ଗାନାରେ ୧୮୭ ଜଣ, ତ୍ରିପୁରାରେ ୧ ଜଣ, ଉତ୍ତରାଖଣ୍ଡରେ ୨୪ ଜଣ, ଉତ୍ତରପ୍ରଦେଶରେ ୩୯୯ ଜଣ ଏବଂ ପଶ୍ଚମବଙ୍ଗରେ ୪୮୫ ଜଣ ।

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୪୧), ଆନ୍ଧ୍ରପ୍ରଦେଶ (୬୪୫୬), ଅରୁଣାଚଳ ପ୍ରଦେଶ (୯୧), ଆସାମ (୪୧୫୮), ବିହାର (୬୬୫୦), ଚଣ୍ଡିଗଡ଼ (୩୫୪), ଛତିଶଗଡ଼ (୧୭୫୬), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୩୬) ଜଣ, ଦିଲ୍ଲୀ (୪୨୮୨୯), ଗୋଆ (୫୯୨), ଗୁଜରାଟ (୨୪୦୫୫), ହରିୟାଣା (୭୭୨୨), ହିମାଚଳ ପ୍ରଦେଶ (୫୫୬), ଜମ୍ମୁ ଓ କଶ୍ମୀର (୫୨୨୦), ଝାଡ଼ଖଣ୍ଡ (୧୭୬୩) କର୍ଣ୍ଣାଟକ (୭୨୧୩), କେରଳ (୨୫୪୩), ଲଦାଖ (୫୫୫), ମଧ୍ୟପ୍ରଦେଶ (୧୦୯୩୫), ମହାରାଷ୍ଟ୍ର (୧୨୯୮୧), ମଣିପୁର (୪୯୦), ମେଘାଳୟ (୪୪), ମିଜୋରାମ (୧୧୭), ନାଗାଲାଣ୍ଡ (୧୭୭),  ଓଡ଼ିଶା (୪୦୫୫), ପୁଦ୍ଦୁଚେରୀ (୨୦୨), ପଞ୍ଜାବ (୩୨୬୭), ରାଜସ୍ଥାନ (୧୨୯୮୧), ସିକିମ୍ (୬୮), ତାମିଲନାଡୁ (୪୬୫୦୪), ତେଲେଙ୍ଗାନା (୫୧୯୩), ତ୍ରିପୁରା (୧୦୮୬), ଉତ୍ତରାଖଣ୍ଡ (୧୮୪୫), ଉତ୍ତରପ୍ରଦେଶ (୧୩୬୧୫) ଓ ପଶ୍ଚିମବଙ୍ଗ (୧୧୪୯୪) ।

Image Courtesy of WION

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୩୩୧୬), ଅରୁଣାଚଳ ପ୍ରଦେଶ (୭), ଆସାମ (୨୧୬୬), ବିହାର (୪୪୦୯), ଚଣ୍ଡିଗଡ଼ (୨୯୬), ଛତିଶଗଡ଼ (୮୯୦), ଦାଦର ନଗର ହାୱେଲି (୫), ଦିଲ୍ଲୀ (୧୬୪୨୭), ଗୋଆ (୮୫), ଗୁଜରାଟ (୧୬୬୬୪), ହରିୟାଣା (୩୫୬୫), ହିମାଚଳ ପ୍ରଦେଶ (୩୫୩), ଜମ୍ମୁ ଓ କଶ୍ମୀର (୨୬୦୪), ଝାଡ଼ଖଣ୍ଡ (୯୦୫), କର୍ଣ୍ଣାଟକ (୪୧୩୫), କେରଳ (୧୧୭୫), ଲଦାଖ (୮୨), ମଧ୍ୟପ୍ରଦେଶ (୭୯୦୩), ମହାରାଷ୍ଟ୍ର (୫୬୦୪୯), ମଣିପୁର (୧୫୧), ମେଘାଳୟ (୨୫), ମିଜୋରାମ (୧) ନାଗାଲାଣ୍ଡ୍ (୯୨), ଓଡ଼ିଶା (୨୮୫୪), ପୁଦ୍ଦୁଚେରୀ (୯୫), ପଞ୍ଜାବ (୨୪୪୩), ରାଜସ୍ଥାନ (୯୭୮୫), ସିକିମ୍ (୪), ତାମିଲନାଡୁ (୨୫୩୪୪), ତେଲେଙ୍ଗାନା (୨୭୬୬), ତ୍ରିପୁରା (୪୩୩), ଉତ୍ତରାଖଣ୍ଡ (୧୧୮୯), ଉତ୍ତରପ୍ରଦେଶ (୮୨୬୮) ଓ ପଶ୍ଚିମବଙ୍ଗ (୫୪୯୪) ।

 

 

ସମ୍ବନ୍ଧିତ ଖବର