ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୨୨,୮୮୯ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ଭାରତରେ ସମୁଦାୟ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯.୯ ନିୟୁତରେ ପହଞ୍ଚିଛି। ଗତକାଲି ଅପେକ୍ଷା ଆଜିର ନୂତନ ସଂକ୍ରମଣ ହାର ୪.୬%କୁ ହ୍ରାସ ପାଇଛି।

Advertisment

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୨,୮୮୯ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୩୩୮ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧୪୪, ୭୮୯ରେ ପହଞ୍ଚିଛି। ସେହିଭଳି, ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୯,୭୯,୪୪୭ରେ ପହଞ୍ଚିଛି।

publive-image Image Courtesy of Hindustan Times

୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇ ଫେରିଥିବା ୩୧,୦୮୭ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୯୫, ୨୦, ୮୨୭। ତେଣୁ ଗୁରୁବାର ଦିନ ୯୫.୩୧% ଥିବା ଜାତୀୟ ସୁସ୍ଥତା ହାର ୯୫.୪୦%କୁ ବୃଦ୍ଧି ପାଇଛି। ସେହିପରି ସୁସ୍ଥ ଏବଂ ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରେ ମଧ୍ୟ ବ୍ୟବଧାନ ବଢ଼ି ସମ୍ପ୍ରତି ୯,୨୦୬,୯୯୬ରେ ରହିଛି।

ସ୍ୱାସ୍ଥ୍ୟମନ୍ତ୍ରାଳୟ କହିବା ଅନୁସାରେ, ସମ୍ପ୍ରତି ଭାରତର କୋଭିଡ୍‌-୧୯ ସୁସ୍ଥତା ହାର ବିଶ୍ୱରେ ସର୍ବାଧିକ। ବୈଶ୍ୱିକ ସୁସ୍ଥତା ହାର ୭୦.୨୭% ଥିବା ବେଳେ ଭାରତରେ ସୁସ୍ଥତା ୯୫.୩୧% ରହିଛି। ଯୁକ୍ତରାଷ୍ଟ୍ର ଆମେରିକା, ବ୍ରାଜିଲ୍‌, ରୁଷ୍‌ ଏବଂ ଇଟାଲିରେ ମଧ୍ୟ ସୁସ୍ଥତା ହାର ଖୁବ୍‌ କମ୍‌ ରହିଛି।