ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୩୨,୯୮୧ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ଭାରତରେ ସମୁଦାୟ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୬.୭ ଲକ୍ଷରେ ପହଞ୍ଚିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୨,୯୮୧ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୩୯୧ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ ସଂକ୍ରମଣ ମାମଲା ୯୬,୭୭,୨୦୩ ଓ ମୃତ୍ୟୁସଂଖ୍ୟା ୧୪୦, ୫୭୩ରେ ପହଞ୍ଚିଛି।
Image Courtesy of The Times of India୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇ ଫେରିଥିବା ୩୯, ୧୦୯ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୯୧, ୩୯, ୯୦୧।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରେକର୍ଡ ଅନୁସାରେ, ସମ୍ପ୍ରତି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩୯୬, ୭୨୯।
Image Courtesy of News Live‘ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ’ (ଆଇସିଏମ୍ଆର୍) ରିପୋର୍ଟ ଅନୁସାରେ, ଡିସେମ୍ବର ୬ ତାରିଖ ସୁଦ୍ଧା ସମୁଦାୟ ୧୪,୭୭,୮୭,୬୫୬ ନମୁନା ପରୀକ୍ଷା କରାଯାଇଛି। ଗତକାଲି ୮,୦୧,୦୮୧ ନମୁନା ପରୀକ୍ଷା କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/Corona-in-India-on-7th-December_Thumbnail.jpg)