୭ ଲକ୍ଷ ୪୨ ହଜାର ଟପିଲା ଦେଶରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା: ଦିନକରେ ୨୨, ୭୫୨ ସଂକ୍ରମଣ; ମୃତ୍ୟୁସଂଖ୍ୟା ୪୮୨

ନୂଆଦିଲ୍ଲୀ: ଜୁଲାଇ ୮ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୭୪୨୪୧୭ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪୫୬୮୩୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୨୦୬୪୨ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୨୨, ୭୫୨  ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୪୯୪୪ ରହିଛି। ସମଗ୍ର ଦେଶର ୨୪ ଘଣ୍ଟା ମଧ୍ୟରେ ୪୮୨ ଜଣଙ୍କର ମୃତ୍ୟୁ ଘଟିଛି।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୨୫୨ ଜଣ, ଅରୁଣାଚଳ ପ୍ରଦେଶରେ ୨ ଜଣ, ଆସାମରେ ୧୪ ଜଣ, ବିହାରରେ ୧୦୪ ଜଣ, ଚଣ୍ଡିଗଡ଼ରେ ୭ ଜଣ, ଛତିଶଗଡ଼ରେ ୧୪ ଜଣ, ଦିଲ୍ଲୀରେ ୩୧୬୫ ଜଣ, ଗୋଆରେ ୮ ଜଣ, ଗୁଜରାଟରେ ୧୯୭୭ ଜଣ, ହରିୟାଣାରେ ୨୭୯ ଜଣ, ହିମାଚଳ ପ୍ରଦେଶରେ ୧୧ ଜଣ, ଜମ୍ମୁ ଓ କଶ୍ମୀରରେ ୧୪୩ ଜଣ, ଝାଡ଼ଖଣ୍ଡରେ ୨୨ ଜଣ, କର୍ଣ୍ଣାଟକରେ ୪୧୬ ଜଣ, କେରଳରେ ୨୭ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୬୨୨ ଜଣ, ମହାରାଷ୍ଟ୍ରରେ ୯୨୫୦ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୪୨ ଜଣ, ପୁଦ୍ଦୁଚେରୀରେ ୧୪ ଜଣ, ପଞ୍ଜାବରେ ୧୭୫ ଜଣ, ରାଜସ୍ଥାନରେ ୪୭୨ ଜଣ, ତାମିଲନାଡୁରେ ୧୬୩୬ ଜଣ, ତେଲେଙ୍ଗାନାରେ ୩୧୩ ଜଣ, ତ୍ରିପୁରାରେ ୧ ଜଣ, ଉତ୍ତରାଖଣ୍ଡରେ ୪୩ ଜଣ, ଉତ୍ତରପ୍ରଦେଶରେ ୮୨୭ ଜଣ ଏବଂ ପଶ୍ଚମବଙ୍ଗରେ ୮୦୪ ଜଣ ।

cdc

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୧୪୭), ଆନ୍ଧ୍ରପ୍ରଦେଶ (୨୧୧୯୭), ଅରୁଣାଚଳ ପ୍ରଦେଶ (୨୭୬), ଆସାମ (୧୨୫୨୨), ବିହାର (୧୨୫୭୦), ଚଣ୍ଡିଗଡ଼ (୪୯୪), ଛତିଶଗଡ଼ (୩୪୧୫), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୪୦୫), ଦିଲ୍ଲୀ (୧୦୨୮୩୧), ଗୋଆ (୧୯୦୩), ଗୁଜରାଟ (୩୭୫୫୦), ହରିୟାଣା (୧୭୯୯୯), ହିମାଚଳ ପ୍ରଦେଶ (୧୦୮୩), ଜମ୍ମୁ ଓ କଶ୍ମୀର (୮୯୩୧), ଝାଡ଼ଖଣ୍ଡ (୨୯୯୬) କର୍ଣ୍ଣାଟକ (୨୬୮୧୫), କେରଳ (୫୮୯୪), ଲଦାଖ (୧୦୪୧), ମଧ୍ୟପ୍ରଦେଶ (୧୫୬୨୭), ମହାରାଷ୍ଟ୍ର (୨୧୭୧୨୧), ମଣିପୁର (୧୪୩୦), ମେଘାଳୟ (୮୦), ମିଜୋରାମ (୧୯୭), ନାଗାଲାଣ୍ଡ (୬୨୫),  ଓଡ଼ିଶା (୧୦୦୯୭), ପୁଦ୍ଦୁଚେରୀ (୯୩୦), ପଞ୍ଜାବ (୬୭୪୯), ରାଜସ୍ଥାନ (୨୧୪୦୪), ସିକିମ୍ (୧୨୫), ତାମିଲନାଡୁ (୧୧୮୫୯୪), ତେଲେଙ୍ଗାନା (୨୭୬୧୨), ତ୍ରିପୁରା (୧୭୦୪), ଉତ୍ତରାଖଣ୍ଡ (୩୨୩୦), ଉତ୍ତରପ୍ରଦେଶ (୨୯୯୬୮) ଓ ପଶ୍ଚିମବଙ୍ଗ (୨୩୮୩୭) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୭୫), ଆନ୍ଧ୍ରପ୍ରଦେଶ (୯୭୪୫), ଅରୁଣାଚଳ ପ୍ରଦେଶ (୧୦୫), ଆସାମ (୮୩୨୯), ବିହାର (୯୨୮୪), ଚଣ୍ଡିଗଡ଼ (୪୦୧), ଛତିଶଗଡ଼ (୨୭୫୧), ଦାଦର ନଗର ହାୱେଲି (୧୮୩), ଦିଲ୍ଲୀ (୭୪୨୧୭), ଗୋଆ (୧୧୫୫), ଗୁଜରାଟ (୨୬୭୨୦), ହରିୟାଣା (୧୩୬୪୫), ହିମାଚଳ ପ୍ରଦେଶ (୭୯୦), ଜମ୍ମୁ ଓ କଶ୍ମୀର (୫୩୯୯), ଝାଡ଼ଖଣ୍ଡ (୨୧୦୪), କର୍ଣ୍ଣାଟକ (୧୧୦୯୮), କେରଳ (୩୪୫୨), ଲଦାଖ (୮୩୬), ମଧ୍ୟପ୍ରଦେଶ (୧୧୭୬୮), ମହାରାଷ୍ଟ୍ର (୧୧୮୫୫୮), ମଣିପୁର (୭୭୧), ମେଘାଳୟ (୪୩), ମିଜୋରାମ (୧୩୩) ନାଗାଲାଣ୍ଡ୍ (୨୪୩), ଓଡ଼ିଶା (୬୭୦୩), ପୁଦ୍ଦୁଚେରୀ (୪୩୪), ପଞ୍ଜାବ (୪୫୫୪), ରାଜସ୍ଥାନ (୧୬୫୭୫), ସିକିମ୍ (୭୦), ତାମିଲନାଡୁ (୭୧୧୧୬), ତେଲେଙ୍ଗାନା (୧୬୨୮୭), ତ୍ରିପୁରା (୧୨୪୮), ଉତ୍ତରାଖଣ୍ଡ (୨୬୨୧), ଉତ୍ତରପ୍ରଦେଶ (୧୯୬୨୭) ଓ ପଶ୍ଚିମବଙ୍ଗ (୧୫୭୯୦) ।

 

 

 

 

ସମ୍ବନ୍ଧିତ ଖବର