୭ ଲକ୍ଷ ୬୭ ହଜାର ଟପିଲା ଦେଶରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା: ଦିନକରେ ୨୪,୮୭୯ ସଂକ୍ରମଣ; ମୃତ୍ୟୁସଂଖ୍ୟା ୪୮୭

ନୂଆଦିଲ୍ଲୀ: ଜୁଲାଇ ୯ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୭୬୭୨୯୬ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪୭୬୩୭୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୨୧୧୨୯ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୨୪,୮୭୯  ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୯୭୮୯ ରହିଛି। ସମଗ୍ର ଦେଶର ୨୪ ଘଣ୍ଟା ମଧ୍ୟରେ ୪୮୭ ଜଣଙ୍କର ମୃତ୍ୟୁ ଘଟିଛି।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୨୬୪ ଜଣ, ଅରୁଣାଚଳ ପ୍ରଦେଶରେ ୨ ଜଣ, ଆସାମରେ ୧୬ ଜଣ, ବିହାରରେ ୧୦୭ ଜଣ, ଚଣ୍ଡିଗଡ଼ରେ ୭ ଜଣ, ଛତିଶଗଡ଼ରେ ୧୪ ଜଣ, ଦିଲ୍ଲୀରେ ୩୨୧୩ ଜଣ, ଗୋଆରେ ୮ ଜଣ, ଗୁଜରାଟରେ ୧୯୯୩ ଜଣ, ହରିୟାଣାରେ ୨୮୨ ଜଣ, ହିମାଚଳ ପ୍ରଦେଶରେ ୧୧ ଜଣ, ଜମ୍ମୁ ଓ କଶ୍ମୀରରେ ୧୪୯ ଜଣ, ଝାଡ଼ଖଣ୍ଡରେ ୨୨ ଜଣ, କର୍ଣ୍ଣାଟକରେ ୪୭୦ ଜଣ, କେରଳରେ ୨୭ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୬୨୯ ଜଣ, ମହାରାଷ୍ଟ୍ରରେ ୯୪୪୮ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୪୮ ଜଣ, ପୁଦ୍ଦୁଚେରୀରେ ୧୪ ଜଣ, ପଞ୍ଜାବରେ ୧୭୮ ଜଣ, ରାଜସ୍ଥାନରେ ୪୮୨ ଜଣ, ତାମିଲନାଡୁରେ ୧୭୦୦ ଜଣ, ତେଲେଙ୍ଗାନାରେ ୩୨୪ ଜଣ, ତ୍ରିପୁରାରେ ୧ ଜଣ, ଉତ୍ତରାଖଣ୍ଡରେ ୪୬ ଜଣ, ଉତ୍ତରପ୍ରଦେଶରେ ୮୪୫ ଜଣ ଏବଂ ପଶ୍ଚମବଙ୍ଗରେ ୮୨୭ ଜଣ ।

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୧୪୯), ଆନ୍ଧ୍ରପ୍ରଦେଶ (୨୨୨୫୯), ଅରୁଣାଚଳ ପ୍ରଦେଶ (୨୮୭), ଆସାମ (୧୩୩୩୬), ବିହାର (୧୩୧୮୯), ଚଣ୍ଡିଗଡ଼ (୫୧୩), ଛତିଶଗଡ଼ (୩୫୨୫), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୪୦୮), ଦିଲ୍ଲୀ (୧୦୪୮୬୪), ଗୋଆ (୨୦୩୯), ଗୁଜରାଟ (୩୮୩୩୩), ହରିୟାଣା (୧୮୬୯୦), ହିମାଚଳ ପ୍ରଦେଶ (୧୧୦୧), ଜମ୍ମୁ ଓ କଶ୍ମୀର (୯୨୬୧), ଝାଡ଼ଖଣ୍ଡ (୩୦୯୬) କର୍ଣ୍ଣାଟକ (୨୮୮୭୭), କେରଳ (୬୧୯୫), ଲଦାଖ (୧୦୪୧), ମଧ୍ୟପ୍ରଦେଶ (୧୬୦୩୬), ମହାରାଷ୍ଟ୍ର (୨୨୩୭୨୪), ମଣିପୁର (୧୪୩୫), ମେଘାଳୟ (୮୦), ମିଜୋରାମ (୧୯୭), ନାଗାଲାଣ୍ଡ (୬୫୭),  ଓଡ଼ିଶା (୧୦୬୨୪), ପୁଦ୍ଦୁଚେରୀ (୧୦୦୮), ପଞ୍ଜାବ (୬୯୦୭), ରାଜସ୍ଥାନ (୨୨୦୬୩), ସିକିମ୍ (୧୩୩), ତାମିଲନାଡୁ (୧୨୨୩୫୦), ତେଲେଙ୍ଗାନା (୨୯୫୩୬), ତ୍ରିପୁରା (୧୭୬୧), ଉତ୍ତରାଖଣ୍ଡ (୩୨୫୮), ଉତ୍ତରପ୍ରଦେଶ (୩୧୧୫୬) ଓ ପଶ୍ଚିମବଙ୍ଗ (୨୪୮୨୩) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୭୭), ଆନ୍ଧ୍ରପ୍ରଦେଶ (୧୧୧୦୧), ଅରୁଣାଚଳ ପ୍ରଦେଶ (୧୦୯), ଆସାମ (୮୭୨୯), ବିହାର (୯୫୫୪), ଚଣ୍ଡିଗଡ଼ (୪୦୨), ଛତିଶଗଡ଼ (୨୮୩୫), ଦାଦର ନଗର ହାୱେଲି (୧୮୪), ଦିଲ୍ଲୀ (୭୮୧୯୯), ଗୋଆ (୧୨୦୭), ଗୁଜରାଟ (୨୭୨୮୯), ହରିୟାଣା (୧୪୧୦୬), ହିମାଚଳ ପ୍ରଦେଶ (୮୩୩), ଜମ୍ମୁ ଓ କଶ୍ମୀର (୫୫୬୭), ଝାଡ଼ଖଣ୍ଡ (୨୧୭୦), କର୍ଣ୍ଣାଟକ (୧୧୮୭୬), କେରଳ (୩୫୫୯), ଲଦାଖ (୮୩୬), ମଧ୍ୟପ୍ରଦେଶ (୧୧୯୮୭), ମହାରାଷ୍ଟ୍ର (୧୨୩୧୯୨), ମଣିପୁର (୭୯୩), ମେଘାଳୟ (୪୩), ମିଜୋରାମ (୧୩୩) ନାଗାଲାଣ୍ଡ୍ (୩୦୪), ଓଡ଼ିଶା (୭୦୦୬), ପୁଦ୍ଦୁଚେରୀ (୪୮୦), ପଞ୍ଜାବ (୪୮୨୮), ରାଜସ୍ଥାନ (୧୬୮୬୬), ସିକିମ୍ (୭୧), ତାମିଲନାଡୁ (୭୪୧୬୭), ତେଲେଙ୍ଗାନା (୧୭୨୭୯), ତ୍ରିପୁରା (୧୩୨୪), ଉତ୍ତରାଖଣ୍ଡ (୨୬୫୦), ଉତ୍ତରପ୍ରଦେଶ (୨୦୩୩୧) ଓ ପଶ୍ଚିମବଙ୍ଗ (୧୬୨୯୧) ।

 

 

 

 

ସମ୍ବନ୍ଧିତ ଖବର