୭ ଲକ୍ଷ ୧୯ ହଜାର ଟପିଲା ଦେଶରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା: ଦିନକରେ ୨୨, ୨୫୨ ସଂକ୍ରମଣ; ମୃତ୍ୟୁସଂଖ୍ୟା ୪୬୭; ସୁସ୍ଥତା ହାର ୬୧. ୧୩%

ନୂଆଦିଲ୍ଲୀ: ଜୁଲାଇ ୭ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୭୧୯୬୬୫ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪୩୯୯୪୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୨୦୧୬୦ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୨୨,୨୫୨ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୫୯୫୫୭ ରହିଛି। ସମଗ୍ର ଦେଶର ୨୪ ଘଣ୍ଟା ମଧ୍ୟରେ ୪୬୭ ଜଣଙ୍କର ମୃତ୍ୟୁ ଘଟିଛି।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୨୩୯ ଜଣ, ଅରୁଣାଚଳ ପ୍ରଦେଶରେ ୨ ଜଣ, ଆସାମରେ ୧୪ ଜଣ, ବିହାରରେ ୯୭ ଜଣ, ଚଣ୍ଡିଗଡ଼ରେ ୬ ଜଣ, ଛତିଶଗଡ଼ରେ ୧୪ ଜଣ, ଦିଲ୍ଲୀରେ ୩୧୧୫ ଜଣ, ଗୋଆରେ ୭ ଜଣ, ଗୁଜରାଟରେ ୧୯୬୦ ଜଣ, ହରିୟାଣାରେ ୨୭୬ ଜଣ, ହିମାଚଳ ପ୍ରଦେଶରେ ୧୧ ଜଣ, ଜମ୍ମୁ ଓ କଶ୍ମୀରରେ ୧୩୮ ଜଣ, ଝାଡ଼ଖଣ୍ଡରେ ୨୦ ଜଣ, କର୍ଣ୍ଣାଟକରେ ୪୦୧ ଜଣ, କେରଳରେ ୨୭ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୬୧୭ ଜଣ, ମହାରାଷ୍ଟ୍ରରେ ୯୦୨୬ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୩୮ ଜଣ, ପୁଦ୍ଦୁଚେରୀରେ ୧୨ ଜଣ, ପଞ୍ଜାବରେ ୧୬୯ ଜଣ, ରାଜସ୍ଥାନରେ ୪୬୧ ଜଣ, ତାମିଲନାଡୁରେ ୧୫୭୧ ଜଣ, ତେଲେଙ୍ଗାନାରେ ୩୦୬ ଜଣ, ତ୍ରିପୁରାରେ ୧ ଜଣ, ଉତ୍ତରାଖଣ୍ଡରେ ୪୨ ଜଣ, ଉତ୍ତରପ୍ରଦେଶରେ ୮୦୯ ଜଣ ଏବଂ ପଶ୍ଚମବଙ୍ଗରେ ୭୭୯ ଜଣ ।

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୧୪୧), ଆନ୍ଧ୍ରପ୍ରଦେଶ (୨୦୦୧୯), ଅରୁଣାଚଳ ପ୍ରଦେଶ (୨୭୦), ଆସାମ (୧୨୧୬୦), ବିହାର (୧୨୧୨୫), ଚଣ୍ଡିଗଡ଼ (୪୮୯), ଛତିଶଗଡ଼ (୩୩୦୫), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୨୯୭), ଦିଲ୍ଲୀ (୧୦୦୮୨୩), ଗୋଆ (୧୮୧୩), ଗୁଜରାଟ (୩୬୭୭୨), ହରିୟାଣା (୧୭୫୦୪), ହିମାଚଳ ପ୍ରଦେଶ (୧୦୭୭), ଜମ୍ମୁ ଓ କଶ୍ମୀର (୮୬୭୫), ଝାଡ଼ଖଣ୍ଡ (୨୮୪୭) କର୍ଣ୍ଣାଟକ (୨୫୩୧୧୭), କେରଳ (୫୬୨୨), ଲଦାଖ (୧୦୦୫), ମଧ୍ୟପ୍ରଦେଶ (୧୫୨୮୪), ମହାରାଷ୍ଟ୍ର (୨୧୧୯୮୭), ମଣିପୁର (୧୩୯୦), ମେଘାଳୟ (୮୦), ମିଜୋରାମ (୧୯୭), ନାଗାଲାଣ୍ଡ (୬୨୫),  ଓଡ଼ିଶା (୯୫୨୬), ପୁଦ୍ଦୁଚେରୀ (୮୦୨), ପଞ୍ଜାବ (୬୪୯୧), ରାଜସ୍ଥାନ (୨୦୬୮୮), ସିକିମ୍ (୧୨୫), ତାମିଲନାଡୁ (୧୧୪୯୭୮), ତେଲେଙ୍ଗାନା (୨୫୭୩୩), ତ୍ରିପୁରା (୧୬୮୦), ଉତ୍ତରାଖଣ୍ଡ (୩୧୬୧), ଉତ୍ତରପ୍ରଦେଶ (୨୮୬୩୬) ଓ ପଶ୍ଚିମବଙ୍ଗ (୨୨୯୮୭) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୭୪), ଆନ୍ଧ୍ରପ୍ରଦେଶ (୮୯୨୦), ଅରୁଣାଚଳ ପ୍ରଦେଶ (୯୨), ଆସାମ (୭୮୮୨), ବିହାର (୮୯୯୭), ଚଣ୍ଡିଗଡ଼ (୪୦୧), ଛତିଶଗଡ଼ (୨୬୬୭), ଦାଦର ନଗର ହାୱେଲି (୧୧୪), ଦିଲ୍ଲୀ (୭୨୦୮୮), ଗୋଆ (୧୦୬୧), ଗୁଜରାଟ (୨୬୩୧୫), ହରିୟାଣା (୧୩୩୩୫), ହିମାଚଳ ପ୍ରଦେଶ (୭୬୩), ଜମ୍ମୁ ଓ କଶ୍ମୀର (୫୩୧୮), ଝାଡ଼ଖଣ୍ଡ (୨୦୬୮), କର୍ଣ୍ଣାଟକ (୧୦୫୨୭), କେରଳ (୩୩୪୧), ଲଦାଖ (୮୩୬), ମଧ୍ୟପ୍ରଦେଶ (୧୧୫୭୯), ମହାରାଷ୍ଟ୍ର (୧୧୫୨୬୨), ମଣିପୁର (୭୩୪), ମେଘାଳୟ (୪୩), ମିଜୋରାମ (୧୩୩) ନାଗାଲାଣ୍ଡ୍ (୨୪୩), ଓଡ଼ିଶା (୬୪୮୬), ପୁଦ୍ଦୁଚେରୀ (୩୩୧), ପଞ୍ଜାବ (୪୪୯୪), ରାଜସ୍ଥାନ (୧୬୨୭୮), ସିକିମ୍ (୬୫), ତାମିଲନାଡୁ (୬୬୫୭୧), ତେଲେଙ୍ଗାନା (୧୪୭୮୧), ତ୍ରିପୁରା (୧୨୧୯), ଉତ୍ତରାଖଣ୍ଡ (୨୫୮୬), ଉତ୍ତରପ୍ରଦେଶ (୧୯୧୦୯) ଓ ପଶ୍ଚିମବଙ୍ଗ (୧୫୨୩୫) ।

 

 

 

 

ସମ୍ବନ୍ଧିତ ଖବର