ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୩୪, ୮୮୪ କରୋନା ଆକ୍ରାନ୍ତ ଚିହ୍ନଟ, ମୃତକଙ୍କ ସଂଖ୍ୟା ୨୬,୨୭୩କୁ ବୃଦ୍ଧି

ନୂଆଦିଲ୍ଲୀ: ଜୁଲାଇ ୧୮ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ସମୁଦାୟ ୧,୦୩୮,୭୧୬ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୬୫୩୭୫୦ ଜଣ ସୁସ୍ଥ ହୋଇଛନ୍ତି। ବାକି ୨୬୨୭୩ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୩୪, ୮୮୪  ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୫,୮୬୯୨ରେ ପହଞ୍ଚିଛି। ୨୪ ଘଣ୍ଟାରେ ୬୭୧ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୫୩୪ ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୫୧ ଜଣ, ବିହାରରେ ୨୦୧ ଜଣ, ଚଣ୍ଡିଗଡ଼ରେ ୧୧ ଜଣ, ଛତିଶଗଡ଼ରେ ୨୩ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ଜଣ, ଦିଲ୍ଲୀରେ ୩୫୭୧ ଜଣ, ଗୋଆରେ ୨୧ ଜଣ, ଗୁଜରାଟରେ ୨୧୦୬ ଜଣ, ହରିୟାଣାରେ ୩୨୭ ଜଣ, ହିମାଚଳ ପ୍ରଦେଶରେ ୧୧ ଜଣ, ଜମ୍ମୁ ଓ କଶ୍ମୀରରେ ୨୩୧ ଜଣ, ଝାଡ଼ଖଣ୍ଡରେ ୪୬ ଜଣ, କର୍ଣ୍ଣାଟକରେ ୧୧୪୭ ଜଣ, କେରଳରେ ୩୮ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୬୯୭ ଜଣ, ମହାରାଷ୍ଟ୍ରରେ ୧୧୪୫୨ ଜଣ, ମେଘାଳୟରେ ୨ ଜଣ, ଓଡ଼ିଶାରେ ୮୩ ଜଣ, ପୁଦ୍ଦୁଚେରୀରେ ୨୫ ଜଣ, ପଞ୍ଜାବରେ ୨୩୯ ଜଣ, ରାଜସ୍ଥାନରେ ୫୪୬ ଜଣ, ତାମିଲନାଡୁରେ ୨୩୧୫ ଜଣ, ତେଲେଙ୍ଗାନାରେ ୪୦୩ ଜଣ, ତ୍ରିପୁରାରେ ୩ ଜଣ, ଉତ୍ତରାଖଣ୍ଡରେ ୫୧ ଜଣ, ଉତ୍ତରପ୍ରଦେଶରେ ୧୦୮୪ ଜଣ ଏବଂ ପଶ୍ଚମବଙ୍ଗରେ ୧୦୪୯ ଜଣ ।

Image Courtesy of Hindustan Times

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୧୯୪), ଆନ୍ଧ୍ରପ୍ରଦେଶ (୪୦୬୪୬), ଅରୁଣାଚଳ ପ୍ରଦେଶ (୬୦୩), ଆସାମ (୨୦୬୪୬), ବିହାର (୨୩୫୮୯), ଚଣ୍ଡିଗଡ଼ (୬୬୦), ଛତିଶଗଡ଼ (୪୯୬୪), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୫୮୫), ଦିଲ୍ଲୀ (୧୨୦୧୦୭), ଗୋଆ (୩୩୦୪), ଗୁଜରାଟ (୪୬୪୩୦), ହରିୟାଣା (୨୪୭୯୭), ହିମାଚଳ ପ୍ରଦେଶ (୧୪୧୭), ଜମ୍ମୁ ଓ କଶ୍ମୀର (୧୨୭୫୭), ଝାଡ଼ଖଣ୍ଡ (୪୯୨୧) କର୍ଣ୍ଣାଟକ (୫୫୧୧୫), କେରଳ (୧୧୦୬୬), ଲଦାଖ (୧୧୫୧), ମଧ୍ୟପ୍ରଦେଶ (୨୧୦୮୧), ମହାରାଷ୍ଟ୍ର (୨୯୨୫୮୯), ମଣିପୁର (୧୮୦୦), ମେଘାଳୟ (୪୦୩), ମିଜୋରାମ (୨୮୨), ନାଗାଲାଣ୍ଡ (୯୫୬),  ଓଡ଼ିଶା (୧୬୧୧୦), ପୁଦ୍ଦୁଚେରୀ (୧୮୩୨), ପଞ୍ଜାବ (୯୪୪୨), ରାଜସ୍ଥାନ (୨୭୭୮୯), ସିକିମ୍ (୨୬୬), ତାମିଲନାଡୁ (୧୬୦୯୦୭), ତେଲେଙ୍ଗାନା (୪୨୪୯୬), ତ୍ରିପୁରା (୨୩୬୬), ଉତ୍ତରାଖଣ୍ଡ (୪୧୦୨), ଉତ୍ତରପ୍ରଦେଶ (୪୫୧୬୦) ଓ ପଶ୍ଚିମବଙ୍ଗ (୩୮୦୧୧) ।

Image Courtesy of Hindustan Times

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୧୪୨), ଆନ୍ଧ୍ରପ୍ରଦେଶ (୨୦୨୯୮), ଅରୁଣାଚଳ ପ୍ରଦେଶ (୧୭୫), ଆସାମ (୧୪୧୦୫), ବିହାର (୧୪୬୨୧), ଚଣ୍ଡିଗଡ଼ (୪୮୦), ଛତିଶଗଡ଼ (୩୫୧୨), ଦାଦର ନଗର ହାୱେଲି (୪୦୧), ଦିଲ୍ଲୀ (୯୯୩୦୧), ଗୋଆ (୧୯୪୬), ଗୁଜରାଟ (୩୨୯୭୩), ହରିୟାଣା (୧୮୭୧୮), ହିମାଚଳ ପ୍ରଦେଶ (୧୦୨୪), ଜମ୍ମୁ ଓ କଶ୍ମୀର (୬୫୫୮), ଝାଡ଼ଖଣ୍ଡ (୨୫୭୦), କର୍ଣ୍ଣାଟକ (୭୦୭୫୭), କେରଳ (୪୯୯୫), ଲଦାଖ (୯୭୩), ମଧ୍ୟପ୍ରଦେଶ (୧୪୫୧୪), ମହାରାଷ୍ଟ୍ର (୧୬୦୩୫୭), ମଣିପୁର (୧୧୬୩), ମେଘାଳୟ (୬୬), ମିଜୋରାମ (୧୬୦) ନାଗାଲାଣ୍ଡ୍ (୪୦୫), ଓଡ଼ିଶା (୧୧୩୩୦), ପୁଦ୍ଦୁଚେରୀ (୧୦୧୪), ପଞ୍ଜାବ (୬୩୭୩), ରାଜସ୍ଥାନ (୨୦୬୨୬), ସିକିମ୍ (୯୦), ତାମିଲନାଡୁ (୧୧୧୦୮୦୭), ତେଲେଙ୍ଗାନା (୨୮୭୦୫), ତ୍ରିପୁରା (୧୬୮୪), ଉତ୍ତରାଖଣ୍ଡ (୩୦୨୧), ଉତ୍ତରପ୍ରଦେଶ (୨୭୬୩୪) ଓ ପଶ୍ଚିମବଙ୍ଗ (୨୨୨୫୩) ।

ସମ୍ବନ୍ଧିତ ଖବର