ନୂଆଦିଲ୍ଲୀ: ଜୁଲାଇ ମାସ ପର୍ଯ୍ୟନ୍ତ ଭାରତରେ କୋଭିଡ୍-୧୯ ଟିକାର ନିଅଣ୍ଟିଆ ପରିସ୍ଥିତି ଲାଗି ରହିବ ବୋଲି ‘ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ର ମୁଖ୍ୟ ଅଦର ପୁନାୱାଲା କହିଛନ୍ତି।
‘ଫାଇନାନ୍ସିଆଲ୍ ଟାଇମ୍ସ୍’ ରିପୋର୍ଟ ଅନୁସାରେ, ଅଦର୍ ପୁନାୱାଲା କହିଛନ୍ତି ଯେ, ଜୁଲାଇ ମାସ ପର୍ଯ୍ୟନ୍ତ ଭାରତରେ କୋଭିଡ୍-୧୯ ଟିକା ନିଅଣ୍ଟ ହେବ। ଜୁଲାଇ ମାସରେ କୋଭିଡ୍-୧୯ ଟିକା ଉତ୍ପାଦନ ବୃଦ୍ଧି ପାଇବ ବୋଲି ମଧ୍ୟ ସେ ଆଶା କରୁଥିବା କହିଛନ୍ତି।
/sambad/media/post_attachments/wp-content/uploads/2021/05/adar-1024x538.jpg)
ସେ କହିଛନ୍ତି, ମାସକୁ ୬୦ରୁ ୭୦ ନିୟୁତ ଡୋଜ୍ ଉତ୍ପାଦନ ହେଉଥିବା ଟିକା ୨୦୨୧ ଜୁଲାଇରେ ୧୦୦ ନିୟୁତ ହେବ। ଜାନୁଆରି ମାସରେ କୋଭିଡ୍-୧୯ ସଂକ୍ରମଣ ମାମଲା ହ୍ରାସ ପାଇବା ବେଳେ କରୋନାଭାଇରସ୍ର ଦ୍ବିତୀୟ ପ୍ରବାହ ଆସିବ ବୋଲି ସରକାରୀ କର୍ତ୍ତୃପକ୍ଷମାନେ କଳ୍ପନା କରି ପାରି ନ ଥିଲେ। ସତରେ ସମସ୍ତେ ଭାବି ଥିଲେ ଭାରତ ଏହି ମହାମାରୀକୁ ଫେରାଇ ଦେବା ଆରମ୍ଭ କଲାଣି।
ସେ ପୁଣି ମଧ୍ୟ କହିଛନ୍ତି, ଟିକା ପାଇଁ ବ ବରାଦ ମଳୁଥିବାରୁ ତାଙ୍କ କମ୍ପାନି ଉତ୍ପାଦନ ବୃଦ୍ଧି କରିବ। ସେତେବେଳ ବରାଦ ନ ଥିବାରୁ ବର୍ଷକୁ ୧ ବିଲିୟନ୍ ଡୋଜ୍ରୁ ଅଧିକ ଟିକା ଆବଶ୍ୟକ ହେବ ବୋଲି ଆମେ ଭାବୁ ନ ଥିଲୁ।
ସୂଚନାଯୋଗ୍ୟ, ‘ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ଆଷ୍ଟ୍ରାଜେନିକା ଏବଂ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟଦ୍ବାରା ବିକଶିତ ଟିକା ଉତ୍ପାଦନ କରୁଛି।