ଭାରତର ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ଟପିଲା,ମୃତ୍ୟୁସଂଖ୍ୟା ୬୫୨

ନୂଆଦିଲ୍ଲୀ : ଭାରତର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ଟପିଯାଇଛି । ଏହା ସହିତ ମୃତ୍ୟୁସଂଖ୍ୟା ୬୫୨ରେ ପହଞ୍ଚିଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ ବୁଧବାର ଅପରାହ୍ନ ସୁଦ୍ଧା ଭାରତର ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୦,୪୭୧ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୫୮୫୯ ରହିଛି ।

ମୃତ୍ୟୁ ସଂଖ୍ୟା ୬୫୨ରେ ପହଞ୍ଚିଥିବାବେଳେ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ୩୯୫୯ରେ ପହଞ୍ଚିଛି । ଏହା ସହିତ ଭାରତର କରୋନା ମୃତ୍ୟୁହାର ୩.୧୮ ପ୍ରତିଶତରେ ପହଞ୍ଚିଥିବାବେଳେ ଆରୋଗ୍ୟ ହାର ୧୯ ପ୍ରତିଶତରେ ପହଞ୍ଚିଛି । ଲକଡାଉନ ଆରମ୍ଭ ଦିନ ଭାରତର ଆରୋଗ୍ୟ ହାର ମାତ୍ର ୬.୯ ପ୍ରତିଶତ ଥିବାବେଳେ ତାହା ଏବେ ୧୯ ପ୍ରତିଶତରେ ପହଞ୍ଚିଛି । ସେହିପରି ଭାରତର ଦ୍ୱିଗୁଣିତ ହାର ଅର୍ଥାତ ଯେଉଁ ସମୟ ବ୍ୟବଧାନରେ ସଂକ୍ରମିତ ସଂଖ୍ୟା ଦୁଇଗୁଣ ହୋଇଥାଏ,ତାହା ମଧ୍ୟ ୭.୫ ଦିନକୁ ବୃଦ୍ଧି ପାଇଛି ।

ସମଗ୍ର ବିଶ୍ୱରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୫ ଲକ୍ଷ ଟପିଯାଇଥିବାବେଳେ ମୃତ୍ୟୁସଂଖ୍ୟା ୧ଲକ୍ଷ ୭୯ ହଜାର ଓ ଆରୋଗ୍ୟ ସଂଖ୍ୟା ୭ ଲକ୍ଷ ଟପିଯାଇଛି । ଆମେରିକାରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି । ଆମେରିକାର ମୋଟ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୧୯ ହଜାର ଓ ମୃତ୍ୟୁସଂଖ୍ୟା ୪୫ ହଜାରରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର