ଭାରତରେ କରୋନା ମୃତ୍ୟୁସଂଖ୍ୟା ୨ ଶହ ଟପିଲା, ସୁସ୍ଥ ହେଲେ ୫୧୫ ଜଣ

ନୂଆଦିଲ୍ଲୀ : ଭାରତରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨ ଶହ ଟପିଛି । ଆଜି ସଂଧ୍ୟାରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଭାରତରେ ଶୁକ୍ରବାର ଅପରାହ୍ନ ୫ଟା ସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୨୫୧ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମଣ ସଂଖ୍ୟା ୬୦୩୯ ଓ ମୃତ୍ୟୁସଂଖ୍ୟା ୨୦୬ ରହିଛି । ତେବେ ଦେଶରେ ଏହି ଭୁତାଣୁ କବଳରୁ ପ୍ରାୟ ୫୧୫ ଜଣ ଆରୋଗ୍ୟ ଲାଭ କରିସାରିଲେଣି ।
ଦେଶରେ ମହାରାଷ୍ଟ୍ର ସବୁଠାରୁ ଅଧିକ ଆକ୍ରାନ୍ତ ରାଜ୍ୟ ହୋଇଛି । ଏଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩୬୪ ରହିଛି ଓ ମୃତ୍ୟୁସଂଖ୍ୟା ୯୭ ରହିଛି । ମହାରାଷ୍ଟ୍ର ପଛକୁ ତାମିଲନାଡୁ ରହିଛି । ଏଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୩୪ ଓ ମୃତ୍ୟୁସଂଖ୍ୟା ୮ ରହିଛି । ୩ୟ ସ୍ଥାନରେ ରାଜଧାନୀ ଦିଲ୍ଲୀ ରହିଛି । ଏଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୨୦ ଓ ମୃତ୍ୟୁସଂଖ୍ୟା ୧୨ ରହିଛି ।

ସମଗ୍ର ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬ ଲକ୍ଷ ୨୧ ହଜାରରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୯୭୧୮୫ରେ ପହଞ୍ଚିଛି । ତେବେ ବିଶ୍ୱରେ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୬୬ ହଜାରରେ ପହଞ୍ଚିଛି । ଆମେରିକା ବିଶ୍ୱର ସବୁଠୁ ସଂକ୍ରମିତ ରାଷ୍ଟ୍ର ହୋଇରହିଛି । ଏଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୬୮ ହଜାର ଓ ମୃତ୍ୟୁସଂଖ୍ୟା ୧୬୬୯୭ରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର