ଭାରତର କରୋନା ସଂକ୍ରମିତ ସଂଖ୍ୟା ୨୨ ଲକ୍ଷ ୬୮ ହଜାରକୁ ବୃଦ୍ଧି, ମୃତ୍ୟୁସଂଖ୍ୟା ୪୫ ହଜାର ଟପିଲା

ନୂଆଦିଲ୍ଲୀ : ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ଦ୍ରୁତ ଗତିରେ ବଢିତାଲିଛି । ଏପରିକି ଗତ ୭ ଦିନରେ ଆମେରିକା ଓ ବ୍ରାଜିଲ ତୁଳନାରେ ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ଅଧିକ ସଂଖ୍ୟାରେ ବଢିଚାଲିଛି । ମଙ୍ଗଳବାର ସୁଦ୍ଧା ଭାରତରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୨୨ ଲକ୍ଷ ୬୮ ହଜାର ଟପିଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୨୨,୬୮,୬୭୫ ରେ ପହଞ୍ଚିଛି । ଏହା ମଧ୍ୟରୁ ୬୩୯୯୨୯ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୪୫୨୫୭ ଅନ୍ତର୍ଭୁକ୍ତ । ତେବେ ଶୁଭ ସୂଚନା ହେଉଛି ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୧୫,୮୩୪୮୯ ରେ ପହଞ୍ଚିଛି ।

The Business Journals

ତେବେ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଗତ ୨୪ ଘଣ୍ଟାରେ ଭାରତରେ ୫୩,୬୦୧ ରୁ ଅଧିକ ନୂଆ ମାମଲା ସାମନାକୁ ଆସିଛି ଓ ୮୭୧ ଜଣ ମୃତ୍ୟୁବରଣ କରିଛନ୍ତି । ଦେଶର ମୃତ୍ୟୁହାର ୨ ପ୍ରତିଶତ ରହିଥିବାବେଳେ ଆରୋଗ୍ୟ ହାର ୭୦ ପ୍ରତିଶତ ଛୁଇଁଛି । ସବୁଠାରୁ ଅଧିକ ମାମଲା ମହାରାଷ୍ଟ୍ରରେ ଜଣାପଡ଼ିଥିବାବେଳେ ତା’ତଳକୁ ରହିଛି ତାମିଲନାଡ଼ୁ ଓ ଦିଲ୍ଲୀ ।

ଅନ୍ୟପକ୍ଷରେ ସାରା ବିଶ୍ୱରେ ମଙ୍ଗଳବାର ସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ଓ ମୃତ୍ୟୁସଂଖ୍ୟା ୭.୩୪ ଲକ୍ଷ ଟପିଯାଇଛି । ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୦ ଲକ୍ଷ ଟପିଯାଇଛି । ଆମେରିକା ତଳକୁ ବ୍ରାଜିଲ ଓ ଭାରତ ରହିଛନ୍ତି । କରୋନାର ଉତ୍ପତ୍ତିସ୍ଥଳ ଚୀନରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪ଟି ନୂଆ ମାମଲା ଦେଖାଦେଇଛି ।

ସମ୍ବନ୍ଧିତ ଖବର