ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦,୮୧୫ ଛୁଇଁଲା, ମୃତ୍ୟୁସଂଖ୍ୟା ୩୫୩

ନୂଆଦିଲ୍ଲୀ : ଭାରତରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦,୮୧୫ରେ ପହଞ୍ଚିଛି । ଏହା ମଧ୍ୟରୁ ୯୨୭୨ଟି ସକ୍ରିୟ ମାମଲା ଥିବାବେଳେ ୩୫୩ ଜଣ ମୃତ୍ୟୁବରଣ କରିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ତେବେ ଆନନ୍ଦର କଥା ହେଉଛି ଦେଶରେ ଏପର୍ଯ୍ୟନ୍ତ ୧୧୮୯ ଜଣ କରୋନା ସଂକ୍ରମଣରୁ ମୁକ୍ତ ହୋଇଛନ୍ତି ।

ମହାରାଷ୍ଟ୍ରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୩୩୪ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୧୬୦ରେ ପହଞ୍ଚିଛି । ଏହା ସହିତ ରାଜ୍ୟରେ ମୋଟ ୨୧୭ ଜଣ ଆରୋଗ୍ୟ ଲାଭ କରିଛନ୍ତି । ରାଜ୍ୟରେ ମୁମ୍ବାଇ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ମୁମ୍ବାଇରେ ଥିବା ଧରାବି ବସ୍ତି ଚିନ୍ତା ବଢାଇଛି । ଅନ୍ୟପକ୍ଷରେ ଆଜି ବାନ୍ଦ୍ରା ଷ୍ଟେସନରେ ହଜାର ହଜାର ଶ୍ରମିକ ଜମା ହେବା ପରେ ସଂକ୍ରମଣ ବଢିବା ଆଶଙ୍କା ଦେଖାଦେଇଛି ।
ମହାରାଷ୍ଟ୍ର ତଳକୁ ଦିଲ୍ଲୀ ରହିଛି । ଏଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୫୧୦ ରେ ପହଞ୍ଚିଛି । ୩ୟ ସ୍ଥାନରେ ଥିବା ତାମିଲନାଡୁରେ ମୋଟ ୧୧୭୩ ଜଣ ସଂକ୍ରମିତ ଅଛନ୍ତି ।

ସମଗ୍ର ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯ ଲକ୍ଷ ୪୬ ହଜାରରେ ପହଞ୍ଚିଥିବାବେଳେ ମୃତୁ୍ୟସଂଖ୍ୟା ୧ ଲକ୍ଷ ୨୧ ହଜାରରେ ପହଞ୍ଚିଛି । ତେବେ ବିଶ୍ୱରେ ଆରୋଗ୍ୟଙ୍କ ସଂଖ୍ୟା ୪ ଲକ୍ଷ ୬୦ ହଜାରରେ ପହଞ୍ଚିଛି । ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୮୭ ହଜାର ଓ ମୃତ୍ୟୁସଂଖ୍ୟା ୨୩୬୫୪ ରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର