ଭାରତର ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୪୬୭୧୧କୁ ବୃଦ୍ଧି, ମୃତ୍ୟୁସଂଖ୍ୟା ୧୫୮୩

ନୂଆଦିଲ୍ଲୀ : ଭାରତର ମୋଟ କରୋନା ସଂକ୍ରମିତ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି । ମଙ୍ଗଳବାର ସଂଧ୍ୟା ସୁଦ୍ଧା ଏହା ୪୬୭୧୧ରେ ପହଞ୍ଚିିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୧୯୬୭ ରହିଥିବାବେଳେ ମୃତ୍ୟୁସଂଖ୍ୟା ୧୫୮୩ ଓ ଆରୋଗ୍ୟ ସଂଖ୍ୟା ୧୩୧୬୦ ରହିଛି । ଦେଶର ମୃତ୍ୟୁହାର ୩ ପ୍ରତିଶତ ରହିଥିବାବେଳେ ଆରୋଗ୍ୟ ହାର ୨୭.୪ ପ୍ରତିଶତ ରହିଛି ।

ମହାରାଷ୍ଟ୍ରର ମୋଟ ସଂକ୍ରମିତ ସଂଖ୍ୟା ୧୪,୫୪୧ରେ ପହଞ୍ଚିବାବେଳେ ତା ପଛକୁ ଥିବା ଗୁଜୁରାଟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୮୦୪ରେ ପହଞ୍ଚିଛି । ୩ୟ ସ୍ଥାନରେ ଥିବା ଦିଲ୍ଲୀର ସଂକ୍ରମିତ ସଂଖ୍ୟା ୪୮୯୮ରେ ପହଞ୍ଚିଛି ।

ହଠାତ ଗୋଟିଏ ଦିନରେ ଏତେ ସଂଖ୍ୟକ ସଂକ୍ରମିତ ଓ ମୃତ୍ୟୁସଂଖ୍ୟା ବଢିବା ସମ୍ପର୍କରେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ କେତେକ ରାଜ୍ୟ ପୂର୍ବରୁ ଠିକ ସମୟର ତଥ୍ୟ ଦେଉନଥିଲେ । ଏବେ ସେମାନେ ତଥ୍ୟ ଦେବା ପରେ ସଂଖ୍ୟା ବଢିଯାଇଛି । ସମଗ୍ର ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬ ଲକ୍ଷ ୬୯ ଲକ୍ଷକୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁସଂଖ୍ୟା ଅଢେଇ ଲକ୍ଷକୁ ଟପିଯାଇଛି । ତେବେ ବିଶ୍ୱର ଆରୋଗ୍ୟ ସଂଖ୍ୟା ୧୨ ଲକ୍ଷ ଟପିଯାଇଛି । ଆମେରିକାରେ ମୋଟ ସଂକ୍ରମିତ ସଂଖ୍ୟା ୧୨ ଲକ୍ଷ ଟପିଯାଇଛି ଓ ମୃତ୍ୟୁସଂଖ୍ୟା ୭୦ ହଜାର ନିକଟବର୍ତ୍ତୀ ହୋଇଛି ।

ସମ୍ବନ୍ଧିତ ଖବର