ନେଟ୍‌ବ୍ୟାଙ୍କିଙ୍ଗ୍‌ କରନ୍ତି ନାହିଁ ଭାରତର ସାଇବର୍‌ ସିକ୍ୟୁରିଟି ମୁଖ୍ୟ

ନୂଆଦିଲ୍ଲୀ: ସରକାର ଅଧିକରୁ ଅଧିକ ଡିଜିଟାଲ୍‌ କାରବାର ପାଇଁ ପ୍ରଚାର କରୁଥିଲେ ମଧ୍ୟ ଭାରତର ସାଇବର୍‌ ସିକ୍ୟୁରିଟିର ମୁଖ୍ୟ ଗୁଲ୍‌ସନ୍‌ ରାୟ ନିଜେ ପ୍ରାୟ ନେଟ୍‌ବ୍ୟାଙ୍କିଙ୍ଗ୍‌ କରନ୍ତି ନାହିଁ। ଗୁରୁବାର ଦିନ ସେ କହିଛନ୍ତି କି, କେତେକ ଅଡୁଆ ଥିବାରୁ ସେ ଇଣ୍ଟର୍‌ନେଟ୍‌ ବ୍ୟାଙ୍କିଙ୍ଗ୍‌ କରୁ ନାହାନ୍ତି। ସେ ଏମିତି କହିବାର ତାତ୍ପର୍ଯ୍ୟ ହେଉଛି- ଅନ୍‌ଲାଇନ୍‌ରେ କାରବାର କରୁଥିବା ଲୋକେ ଏହାର ମନ୍ଦ ଦିଗ ପ୍ରତି ଯତ୍ନବାନ ହୁଅନ୍ତୁ।

ଖାଉଟି ବ୍ୟାପାର ମନ୍ତ୍ରୀ ରାମ ବିଳାସ ପାସଓ୍ଵାନ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସମ୍ମିଳନୀରେ ରାୟ କହିଲେ: ସମସ୍ୟାଗୁଡ଼ିକ ମଧ୍ୟରେ ଗୋଟିଏ ହେଲା ଡିଜିଟାଲ୍‌ ମାର୍କେଟ୍‌ପ୍ଲେସ୍‌ର ନିୟନ୍ତ୍ରକ କିଏ? କେମିତି ଖାଉଟି ଅଭିଯୋଗର ମୁକାବିଲା କରାଯିବ? ଏଟିଏମ୍‌ ଏବଂ କ୍ରେଡିଟ୍‌ କାର୍ଡରେ ଠକେଇ ଘଟଣା ଅତି ଜଟିଳ ହୋଇଥିବାରୁ ତାହାର ସମାଧାନ ଟିକେ କଷ୍ଟକର।

ବ୍ୟାଙ୍କ୍‌ରେ ଅଳ୍ପ ଟଙ୍କା ଥାଇ ମୋର ଭିନ୍ନ ଏକ ସଞ୍ଚୟ ଖାତା ଅଛି। ଯଦି ମତେ କୌଣସି କାରବାର ଡେବିଟ୍‌ କାର୍ଡରେ କରିବାକୁ ଥାଏ, ମୁଁ ସେ ଆକାଉଣ୍ଟ୍‌ରେ ୨୫ ହଜାର ଟଙ୍କା ଜମା କରି କାରବାର କରେ। ଫଳତଃ ମତେ ‘ନେସ୍‌ନାଲ୍‌ କଞ୍ଜ୍ୟୁମର୍‌ ଡିସ୍‌ପ୍ୟୁଟ୍‌ସ୍‌ ରିଡ୍ରେସାଲ୍‌ କମିସନ୍‌’ଙ୍କ ପାଖକୁ ଦୌଡ଼ିବାକୁ ପଡ଼େ ନାହିଁ।

ସମ୍ବନ୍ଧିତ ଖବର