ଭାରତରେ କରୋନା ଜନିତ ମୃତ୍ୟୁହାର ବିଶ୍ବରେ ସର୍ବନିମ୍ନ ସ୍ତରରେ ରହିଛି : ଲବ ଅଗ୍ରୱାଲ

ନୂଆଦିଲ୍ଲୀ : ଭାରତର କରୋନା ମୃତ୍ୟୁହାର ସମଗ୍ର ବିଶ୍ବରେ ସର୍ବନିମ୍ନ ସ୍ତରରେ ରହିଛି । ସାରା ବିଶ୍ବରେ ପ୍ରତି ୧ ଲକ୍ଷ ଜନସଂଖ୍ୟା ପିଛା ୪.୪ ଜଣ କରୋନାରେ ମୃତ୍ୟୁବରଣ କରୁଥିବାବେଳେ ଭାରତରେ ତାହା ମାତ୍ର ୦.୩ ଜଣ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଦୈନିକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଦେଶରେ ଏପର୍ଯ୍ୟନ୍ତ ମୋଟ ୪୧୬୭ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଦେଶର ମୃତ୍ୟୁହାର ୨.୮୭ ପ୍ରତିଶତ ରହିଛି, ଯାହାକି ବିଶ୍ବରେ ସର୍ବନିମ୍ନ ସ୍ତରରେ ରହିଛି । ସେହିପରି ଦେଶରେ ଏପର୍ଯ୍ୟନ୍ତ ମୋଟ ୬୦୪୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି । ଏହା ଫଳରେ ଭାରତର ଆରୋଗ୍ୟ ହାର ୪୧.୬୧ ପ୍ରତିଶତକୁ ବୃଦ୍ଧି ପାଇଛି ।
ଦେଶର କରୋନା ଜନିତ ମୃତ୍ୟୁହାର ଆଶ୍ଚର୍ଯ୍ୟଜନକଭାବେ କମ ରହିବା ଏକ ଶୁଭ ସୂଚନା । ତେବେ କେଉଁ କାରଣ ଯୋଗୁଁ ଭାରତରେ ମୃତ୍ୟୁହାର ଅତି କମ ରହୁଛି ତାହା କହିବା କଷ୍ଟକର । କିନ୍ତୁ ଏହା ଆଗକୁ ଜାରିରହିବା ଆଶା କରାଯାଇପାରେ ବୋଲି କହିଛନ୍ତି ଭାରତୀୟ ଭେଷଜ ଗବେଷଣା ପରିଷଦର ମହାନିର୍ଦ୍ଦେଶକ ଡଃ ବଳରାମ ଭାର୍ଗବ ।
ସେ କହିଛନ୍ତି ଯେ ଦେଶରେ ଗତ କିଛି ମାସ ହେଲା ପରୀକ୍ଷଣ ମାତ୍ରା ବୃଦ୍ଧି ପାଇଛି । ଏବେ ସାରା ଦେଶରେ ଦୈନିକ ୧.୧ ନମୁନା ପରୀକ୍ଷା କରାଯାଉଛି ।

ସମ୍ବନ୍ଧିତ ଖବର