ପ୍ରତିରକ୍ଷା ପାଇଁ ୩.୮୫ ଲକ୍ଷ କୋଟିର ବ୍ୟୟବରାଦ, ଆତ୍ମନିର୍ଭରଶୀଳତା ଉପରେ ଗୁରୁତ୍ବ

ନୂଆଦିଲ୍ଲୀ : ଏଥରର ପ୍ରତିରକ୍ଷା ବଜେଟରେ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଉପରେ ସର୍ବାଧିକ ଗୁରୁତ୍ବ ଦିଆଯାଇଛି । ନିଜର ବଜେଟ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ପ୍ରତିରକ୍ଷା ବିଭାଗର ପୁଞ୍ଜିବ୍ୟୟ ( ବିଭିନ୍ନ ଉପକରଣ, ଅସ୍ତ୍ରଶସ୍ତ୍ର, ମେସିନ ଖରିଦ ଇତ୍ୟାଦି) ପାଇଁ ଥିବା ବ୍ୟୟବରାଦର ପ୍ରାୟ ୬୮ ପ୍ରତିଶତ ଦେଶ ଭିତରୁ ଖରିଦ କରାଯିବ ।

ଏଥର ପ୍ରତିରକ୍ଷା କ୍ଷେତ୍ର ପାଇଁ ମୋଟ ୩ ଲକ୍ଷ ୮୫ ହଜାର ୩୭୦ କୋଟିର ବ୍ୟୟ ବରାଦ କରାଯାଇଛି । ଚଳିତ ଆର୍ଥିକ ବର୍ଷ ( ୨୦୨୧-୨୨)ର ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ୩ ଲକ୍ଷ ୪୭ ହଜାର ୦୮୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବାବେଳେ ସଂଶୋଧିତ ବ୍ୟୟ ଅଟକଳ ୩ ଲକ୍ଷ ୬୮ ହଜାର ୪୧୮ କୋଟି ଟଙ୍କା ଥିଲା । ଏଣୁ ବଜେଟ ବ୍ୟୟବରାଦକୁ ଦେଖିଲେ ଦେଶର ପ୍ରତିରକ୍ଷା ବଜେଟରେ  ୧୧ ପ୍ରତିଶତ ବୃଦ୍ଧି କରାଯାଇଛି । ୨୦୨୦-୨୧ରେ ଦେଶର ପ୍ରତିରକ୍ଷା ବ୍ୟୟ ୩ ଲକ୍ଷ ୪୦ ହଜାର କୋଟି ଟଙ୍କା ଥିଲା ।

Zee Business

ଦେଶର ପ୍ରତିରକ୍ଷା ବଜେଟ ବଢୁଥିଲେ ବି ଜିଡିପିରେ ଏହାର ଅନୁପାତ (୨ ପ୍ରତିଶତ) ଅନ୍ୟ ପ୍ରମୁଖ ରାଷ୍ଟ୍ର ତୁଳନାରେ କମ ରହିଛି ।

‘ପ୍ରତିରକ୍ଷା ଗବେଷଣା ଓ ବିକାଶ’ ସମୁଦାୟ ବଜେଟ୍‌ର ୨୫% ହେବା ସହ ‘ପ୍ରତିରକ୍ଷା ଗବେଷଣା ଓ ବିକାଶ’ ଶିଳ୍ପ, ଷ୍ଟାର୍ଟଅପ୍‌, ଏବଂ ଶିକ୍ଷା ଗବେଷଣା ଶିଳ୍ପ ପ୍ରତି ଉନ୍ମୁକ୍ତ ରହିବ। ସାମରିକ ପ୍ଲାଟ୍‌ଫର୍ମ ଏବଂ ଉପକରଣର ଡିଜାଇନ୍‌ ଓ ବିକାଶ ନିମନ୍ତେ ଘରୋଇ ଶିଳ୍ପକୁ ଉତ୍ସାହ ଦିଆଯିବ। ‘ପ୍ରତିରକ୍ଷା ଗବେଷଣା ଓ ବିକାଶ’ ବଜେଟ୍‌ର ୬୮% ‘ମେକ୍‌ ଇନ୍‌ ଇଣ୍ଡିଆ’ ପାଇଁ ରଖାଯାଇଛି।

ସମ୍ବନ୍ଧିତ ଖବର