ପ୍ରତି ୧୧.୩ ଦିନରେ ଦେଶର କରୋନା ସଂକ୍ରମିତ ସଂଖ୍ୟା ଦୁଇଗୁଣ ହେଉଛି : ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ : ଗତ ତିନି ଦିନ ହେଲା ଦେଶର ଦ୍ୱିଗୁଣିତ ହାର ୧୧.୩ ଦିନକୁ ବୃଦ୍ଧି ପାଇଛି । ଏହାର ଅର୍ଥ ହେଉଛି ୧୧.୩ ଦିନରେ ଦେଶର କରୋନା ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣ ହେଉଛି । ଏପ୍ରିଲ ୨୦ ତାରିଖରେ ଏହା ୭ ଦିନ ଥିଲା ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ କହିଛନ୍ତି ।
ସେ କହିଛନ୍ତି ଯେ ସମଗ୍ର ବିଶ୍ୱରେ କରୋନା ଜନିତ ମୃତ୍ୟୁହାର ୭ ପ୍ରତିଶତ ରହିଥିବାବେଳେ ଭାରତରେ ତାହା ୩ ପ୍ରତିଶତ ରହିିଛି । ଆହୁରି ମଧ୍ୟ ଭାରତରେ ମୃତ୍ୟୁବରଣ କରିଥିବା ପ୍ରାୟ ୮୬ ପ୍ରତିଶତ ଲୋକଙ୍କର ପୂର୍ବରୁ ଅନ୍ୟପ୍ରକାରର ରୋଗ ଥିଲା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ମୋଟ କରୋନା ସଂକ୍ରମିତଙ୍କ ମଧ୍ୟରୁ ମାତ୍ର ୦.୩୩ ପ୍ରତିଶତ ଲୋକ ଭେଣ୍ଟିଲେଟର ସହାୟତାରେ. ୧.୫ ପ୍ରତିଶତ ଅକ୍ସିଜେନ ସହାୟତାରେ ଓ ୨.୩୪ ପ୍ରତିଶତ ଆଇସିୟୁରେ ଅଛନ୍ତି । ଦେଶରେ କରୋନା ରୋଗୀମାନଙ୍କୁ ଦିଆଯାଉଥିବା ଉତ୍ତମମାନର ଚିକିତ୍ସାକୁ ଏହା ଦର୍ଶାଉଛି ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ, ଦେଶବ୍ୟାପୀ ୨୮୮ଟି ସରକାରୀ ଲାବ, ୯୭ଟି ଘରୋଇ ଲାବ ଓ ପ୍ରାୟ ୧୬ ହଜାର ନମୁନା ସଂଗ୍ରହ କେନ୍ଦ୍ର ମାଧ୍ୟମରେ ପରୀକ୍ଷା କରାଯାଉଛି । ଏବେ ଦିନକୁ ୬୦ ହଜାର ପରୀକ୍ଷା କରାଯାଉଥିବାବେଳେ ତାହାକୁ ୧ ଲକ୍ଷକୁ ବୃଦ୍ଧି କରିବାକୁ ସରକାର ଲକ୍ଷ୍ୟ ରଖ#ଛନ୍ତି ।

ସମ୍ବନ୍ଧିତ ଖବର