୭ରୁ ୧୧ ବର୍ଷ ପିଲାଙ୍କ ଶରୀରରେ ଟିକା ପରୀକ୍ଷଣ ପାଇଁ ସେରମ୍ ଇନଷ୍ଟିଚ୍ୟୁଟକୁ ଅନୁମତି

ନୂଆଦିଲ୍ଲୀ : ୭ରୁ ୧୧ ବର୍ଷ ବୟସ୍କ ପିଲାମାନଙ୍କ ଉପରେ କୋଭିଡ୍ ଟିକା ପରୀକ୍ଷଣ ପାଇଁ ଭାରତୀୟ ଔଷଧ ମହାନିୟନ୍ତ୍ରକ ପୁନେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆକୁ ଅନୁମତି ଦେଇଛି ।

ଦେଶରେ କରୋନାର ୩ୟ ଲହର ଆସିଲେ ତାହା ଶିଶୁମାନଙ୍କୁ ବି ଆକ୍ରାନ୍ତ କରିବାର ଆଶଙ୍କା ମଧ୍ୟରେ ସରକାର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ଟିକା ପ୍ରସ୍ତୁତି ଉପରେ ଏବେ ବିଶେଷ ଗୁରୁତ୍ବ ପ୍ରଦାନ କରୁଛନ୍ତି ।

ଭାରତୀୟ ବଜାର ପାଇଁ ଆମେରିକୀୟ ଔଷଧ କମ୍ପାନି ନୋଭାଭାକ୍ସ ଟିକାର ଲାଇସେନ୍ସ ପାଇଥିବା ସେରମ ଇନଷ୍ଟିଚ୍ୟୁଟ୍ ଏବେ ଏହି ଟିକାର ପରୀକ୍ଷଣ ୧୨ରୁ ୧୮ ବର୍ଷ ପିଲାଙ୍କଠାରେ କରୁଛି ।

ସେରମ ଇନଷ୍ଟିଚ୍ୟୁଟର କରୋନା ଟିକା କୋଭିସିଲ୍ଡ ଏବେ ଭାରତରେ ଟିକାକରଣ ପାଇଁ ବ୍ୟବହାର କରାଯାଉଛି । ଏପର୍ଯ୍ୟନ୍ତ ଦେଶବ୍ୟାପୀ ପ୍ରାୟ ୮୭୦ ନିୟୁତ (୮୭ କୋଟି)  ଡୋଜ୍ କୋଭିସିଲଡ ଟିକା ଦିଆଯାଇଛି ।

ଗତ ମାସରେ ଭାରତୀୟ କମ୍ପାନି ଜାଇଡସ କାଡିଲା ପ୍ରସ୍ତୁତ କରୋନା ଟିକା ଜାଇକୋଭ-ଡିକୁ ୧୨ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ ଦେବାକୁ ଅନୁମତି ମିଳିସାରିଛି ।

 

ସମ୍ବନ୍ଧିତ ଖବର