ଓଲି ବିରୋଧୀ ବିଦ୍ରୋହ ଉପରେ ଭାରତର ନଜର

ନୂଆଦିଲ୍ଲୀ: ନେପାଳର ନୂତନ ମାନଚ୍ଚିତ୍ର ପ୍ରଣୟନ ଯୋଗୁଁ ସୃଷ୍ଟ ବୈରଭାବ ପ୍ରସଙ୍ଗରେ ଭାରତ ସରକାର ପଡୋ଼ଶୀ ପ୍ରତି ଏକ ଶାନ୍ତସ୍ବଭାବ ଆଭିମୁଖ୍ୟ ପୋଷଣ କରିଛି। ଅବଶ୍ୟ କିଛି ଦିନ ହେଲା ନେପାଳର ଶାସକ କମୁନିଷ୍ଟ ଦଳରେ ଦେଖାଦେଇଥିବା ଫାଟ ଯୋଗୁଁ ପ୍ରଧାନମନ୍ତ୍ରୀ କେ ପି ଓଲିଙ୍କ ଦିନକାଳ ସୀମିତ ହୋଇଆସୁଛି ବୋଲି ଅନୁମାନ କରାଯାଉଛି। ଅପରପକ୍ଷେ, ତାଙ୍କ ଦଳୀୟ ପ୍ରତିଦ୍ବନ୍ଦୀ ପିକେ ଦହାଲ ପ୍ରଚଣ୍ତ ପ୍ରଧାନମନ୍ତ୍ରୀ ଓଲିଙ୍କ ଏକଚାଟିଆ ନିଷ୍ପତ୍ତିର ଖୋଲାଖୋଲି ପ୍ରତିବାଦ ଜଣାଇ ଆସିଛନ୍ତି। ତେବେ ଚଳିତ ସପ୍ତାହରେ ଶାସକ ଦଳର ଷ୍ଟାଣ୍ତିଂ କମିଟି ବୈଠକରେ ପ୍ରଚଣ୍ତ ଅତି କଟୁ ଭାଷାରେ ଓଲିଙ୍କୁ ସମାଲୋଚନା କରିଥିବା ଜଣାଯାଇଛିା ଶାସନଗାଦି ମାଡି଼ ବସିବା ପାଇଁ ପାକିସ୍ତାନୀ, ଆଫଗାନିସ୍ତାନୀ ଓ ବାଂଲାଦେଶୀ ମଡେଲ୍ ପରି ବ୍ୟବସ୍ଥା ଶୁଣିବାକୁ ମିଳିଥିବା ବେଳେ ନେପାଳରେ ସେଭଳି ଉଦ୍ୟମକୁ ପ୍ରଶ୍ରୟ ଦିଆଯିବନି ବୋଲି ପ୍ରଚଣ୍ତ କୁଆେଡ଼ ବିସ୍ଫୋରକ ବୟାନ ଦେଇଥିଲେ। ଏପରିକି ଓଲିଙ୍କ ଇସ୍ତଫା ପାଇଁ ମଧ୍ୟ ଦାବି ଜୋର୍ ଧରିଥିବା ବିଶେଷ ସୂତ୍ରରୁ ଜଣାଯାଇଛିା

ତେବେ ଏ ପରିପ୍ରେକ୍ଷୀରେ ଭାରତର ପ୍ରତିକ୍ରିୟା କେବଳ ନେପାଳ ପ୍ରତି ରହିଥିବା ଏହାର ସାହାଯ୍ୟ ସହଯୋଗ ସମ୍ପର୍କରେ ମନେ ପକାଇଦେବାରେ ସୀମିତ ରହିଛି। ମହାମାରୀ କୋଭିଡ୍ ଯୋଗୁଁ ସୃଷ୍ଟ ଲକ୍ ଡାଉନ୍ ପରିସ୍ଥିତି ସେତ୍ତ୍ବ ନେପାଳକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବାରେ ଭାରତ ଆଦୌ ହେଳା କରିନାହିାଁ ଏପରିକି ଗତ ମେ ମାସରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ୩୦ କୋଟି ଡଲାରରୁ ଅଧିକ ହୋଇଛି ବୋଲି ଭାରତ ଜଣାଇଦେବା ସହ ଦୁଇ ଦେଶର ଲୋକ ପରସ୍ପର ମଧ୍ୟରେ ବିନିମୟ କରୁଥିବା ସାମାଜିକ ବନ୍ଧନ ଓ ଘନିଷ୍ଠ ସମ୍ପର୍କ ହିଁ ସେମାନଙ୍କର ସଭ୍ୟତା ଓ ସଂସ୍କୃତି ଭିତରେ ରହିଥିବା ଅନନ୍ୟ ସଂଯୋଗକୁ ପ୍ରତିଫଳିତ କରୁଛି ବୋଲି ମଧ୍ୟ ଭାରତ ସୂଚାଇ ଦେଇଛିା ଯଦିଓ ପ୍ରଚଣ୍ତ ବି ଭାରତର ଜଣେ ପରମ ମିତ୍ର ଭାବେ ପ୍ରମାଣିତ ହୋଇନାହାନ୍ତି, ତେବେ ଓଲିଙ୍କ ପରି ସେ କେବେ ଭାରତର ଉେଦ୍ଦଶ୍ୟକୁ ଅଣଦେଖା କରିନାହାନ୍ତିା ସାମ୍ପ୍ରତିକ ପରିସ୍ଥିତିରେ ନେପାଳ ସହ ସଦ୍ୟ ସୃଷ୍ଟ ସୀମା ବିବାଦ ପାଇଁ ଭାରତ ସରକାରଙ୍କର ନେପାଳର ନେତୃତ୍ବ ପରିବର୍ତ୍ତନ ଉପରେ ହିଁ ନଜର ରହିଥିବା ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର