ଭାରତର ପ୍ରଥମ ମହିଳା ସ୍ୱାଟ୍‌ ଟିମ୍‌

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟ ବିକଶିତ ରାଷ୍ଟ୍ରମାନଙ୍କ ପରି ଭାରତ ପାଖରେ ମଧ୍ୟ ଏବେ କେବଳ ମହିଳା କମାଣ୍ଡୋଙ୍କୁ ନେଇ ଗଠିତ ସ୍ୱାଟ୍‌ ଟିମ୍‌ ରହିବ। ଦିଲ୍ଲୀ ପୁଲିସ ବାହିନୀ ଏବେ ଦେଶର ଏହି ପ୍ରଥମ ମହିଳା ସ୍ୱାଟ୍‌ ଟିମ୍‌ଙ୍କୁ ସ୍ୱାଗତ ଜଣାଇବାପାଇଁ ସମସ୍ତ ପ୍ରସ୍ତୁତି ସାରିଛନ୍ତି। ଉତ୍ତର ପୂର୍ବ ଭାରତର ୩୬ ଜଣ ମହିଳାଙ୍କୁ ନେଇ ଗଠିତ ଏହି ସ୍ୱାଟ୍‌ ଟିମ୍‌ ଖୁବ୍‌ ଶୀଘ୍ର ଦିଲ୍ଲୀରେ ସୁରକ୍ଷା ଦାୟିତ୍ୱ ହାତକୁ ନେବ। ଦଳରେ ଥିବା ୩୬ ଜଣ ମହିଳା କମାଣ୍ଡୋଙ୍କ ମଧ୍ୟରୁ ଆସାମର ୧୩ ଜଣ ଥିବା ବେଳେ ୫ ଜଣ ଅରୁଣାଚଳ ପ୍ରଦେଶ, ୫ ଜଣ ସିକ୍କିମ୍‌, ୫ ଜଣ ମଣିପୁର, ୪ ଜଣ ମେଘାଳୟ, ୨ ଜଣ ନାଗାଲାଣ୍ଡ୍‌, ଜଣେ ମିଜୋରମ୍‌ର ଏବଂ ଜଣେ ତ୍ରିପୁରାର।

ସମ୍ବନ୍ଧିତ ଖବର