ଭାରତର ପ୍ରଥମ ମହିଳା ଡିଜିପିଙ୍କ ପରଲୋକ

ମୁମ୍ବାଇ: ଭ‌ାରତର ପ୍ରଥମ ମହିଳା ପୁଲିସ ଡିଜି କାଞ୍ଚନ ଚୌଧୁରୀ ଭଟ୍ଟାଚାର୍ଯ୍ୟଙ୍କର ୭୨ ବର୍ଷ ବୟସରେ ପରଲୋକ ଘଟିଛି। ଦୀର୍ଘ ଦିନର ଅସୁସ୍ଥତା ପରେ କାଞ୍ଚନ ଗତକାଲି ରାତିରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ହିମାଚଳ ପ୍ରଦେଶରେ ଜନ୍ମ ହୋଇଥିବା କାଞ୍ଚନ ଚୌଧୁରୀ କିରଣ ବେଦୀଙ୍କ ପରେ ଦେଶର ଦ୍ବିତୀୟ ମହିଳା ଆଇପିଏସ୍‌ ଅଧିକାରୀ। ୧୯୭୩ ବ୍ୟାଚ୍‌ ଆଇପିଏସ୍‌ ଅଫିସର କା‌ଞ୍ଚନ ୨୦୦୪ରେ ଉତ୍ତରାଖଣ୍ଡ ଡିଜିପି ନିଯୁକ୍ତ ହୋଇ ଇତିହାସ ରଚିଥିଲେ। ତାଙ୍କର କାର୍ଯ୍ୟକାଳ ସମୟରେ ସେ ଅନେକ ସମ୍ବେଦନଶୀଳ ମାମଲା ଗୁଡ଼ିକ ହାତକୁ ନେଇଥିଲେ। ଅବସର ପରେ ସେ ରାଜନୀତିରେ ପ୍ରବେଶ କରିଥିଲେ ଏବଂ ୨୦୧୪ ଲୋକସଭା ନିର୍ବାଚନ ଲଢ଼ିଥିଲେ।

ସମ୍ବନ୍ଧିତ ଖବର