ନୂଆଦିଲ୍ଲୀ: କୋଭିଡ୍-୧୯ ବିରୋଧରେ ଭାରତର ଯୁଦ୍ଧ ହେଉଛି ଜନତା-ଚାଳିତ। ଏହି ସଂଗ୍ରାମରେ ପ୍ରତ୍ୟେକ ଭାରତୀୟ ଜଣେ ସୈନିକ। ଚାରିଆଡ଼କୁ ଚାହିଁ ଦେଖ ଭାରତ କେମିତି କୋଭିଡ୍-୧୯ ବିରୋଧରେ ଜନତା-ଚାଳିତ ଯୁଦ୍ଧ ଘୋଷଣା କରିଛି। ଏକଥା ଆଜି ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
କାର୍ଯ୍ୟକ୍ରମ ଆରମ୍ଭ କରି ସେ କହିଲେ ଆମେ ଯୁଦ୍ଧରେ ଥିବା ବେଳେ ଆଜିର ‘ଆଜିର ମନ୍କି ବାତ୍’ ଅନୁଷ୍ଠିତ ହେଉଛି। ଏ ମହାମାରୀ ସମୟରେ ଲୋକେ ପରସ୍ପରକୁ ସାହାଯ୍ୟ କରିବାକୁ ବାହାରି ପଡ଼ିଛନ୍ତି। ମହାମାରୀ ସମୟରେ ଚାଷୀମାନେ ଅଟଳ ରହି ଖାଦ୍ୟ ଯୋଗାଉଛନ୍ତି। ପ୍ରଧାନମନ୍ତ୍ରୀ କହିଲେ କୃଷକମାନେ ‘ଅକ୍ଷୟ ପାତ୍ର’ ପ୍ରଦାନ କରିଥିବା କୃଷ୍ଣଙ୍କ ପରି। ସେମାନେ ଜନତାଙ୍କ ପାଖରେ ଖାଦ୍ୟଶସ୍ୟ ପହଞ୍ଚାଉଛନ୍ତି।
covidwarriors.gov.in portal ଜରିଆରେ କରୋନା ଯୋଦ୍ଧାଙ୍କ ସହ ସଂଯୋଗ ହେବାକୁ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରି କହିଛନ୍ତି ଯେ ଏବେ ଲଞ୍ଚ୍ ହୋଇଥିବା ଏହି ପୋର୍ଟାଲ୍ରେ ୧. ୨୫ କୋଟିରୁ ଅଧିକ ଜନତା ସଂଯୋଗ ହୋଇ ସାରିଲେଣି। କୋଭିଡ୍ ୧୯ ବିରୋଧରେ ସଂଯୁକ୍ତ ସାମ୍ମୁଖ୍ୟ ବିକାଶ କରିବାକୁ ଏହି ପୋର୍ଟାଲ୍କୁ ସ୍ବାସ୍ଥ୍ୟସେବା ଏବଂ ଫ୍ରଣ୍ଟ୍ଲାଇନ୍ କର୍ମୀମାନେ ବ୍ୟବହାର କରିଛନ୍ତି।
Image Source: Zee Newsପ୍ରଧାନମନ୍ତ୍ରୀ ଆହୁରି କହିଲେ ଯେ, ଲକ୍ଡାଉନ୍ ସମୟରେ ଆବଶ୍ୟକ ସ୍ଥଳେ ଗ୍ରାମୀଣ ଅଞ୍ଚଳର ଲୋକମାନଙ୍କ ପାଖକୁ ଔଷଧ ପଠାଇବାକୁ ବିମାନ ବ୍ୟବସ୍ଥା କରାଯାଇଛି। ଆବଶ୍ୟକ କରୁଥିବା ବିଦେଶୀ ରାଷ୍ଟ୍ରମାନଙ୍କୁ ନୈତିକତା ତାଡ଼ନାରେ ଔଷଧ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି।
ଡାକ୍ତରମାନେ ମହାମାରୀ ବିରୋଧରେ ଅହର୍ନିଶ ସଂଗ୍ରାମ କରୁଛନ୍ତି। ଚଳିତ ସଂକଟରେ ଲୋକେ ସେବାକାରୀମାନଙ୍କର ଗୁରତ୍ବ ହୃଦୟଙ୍ଗମ କରିପାରିଛନ୍ତି। କିନ୍ତୁ, କୋଭିଡ୍-୧୯ ଯୋଦ୍ଧାମାନଙ୍କୁ ଆଘାତ କରୁଥିବା କିଂବା ସେମାନଙ୍କ ପ୍ରତି ବୈଷମ୍ୟ ଭାବ ପ୍ରଦର୍ଶନ କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
କରୋନାଭାଇରସ୍ ସଂକଟ ଯୋଗୁଁ ଆମ ଦେଶରେ ପୁଲିସ ପ୍ରତି ଦୃଷ୍ଟିଭଙ୍ଗୀ ବଦଳି ଯାଇଛି। ପୁଲିସଙ୍କର ମାନବୀୟ ପାର୍ଶ୍ବ ସମ୍ମୁଖକୁ ଚାଲି ଆସିଛି। ଅଭାବୀ ଲୋକେ ଖାଦ୍ୟ ପାଇବା ଏବଂ ବରିଷ୍ଠ ନାଗରିକମାନଙ୍କର ତତ୍ତ୍ବ ନେବା ଏବଂ ସର୍ବୋପରି ନାଗରିକମାନେ ଯେମିତି ହଇରାଣ ନ ହୁଅନ୍ତି- ଏ ସବୁ କଥା ପୁଲିସମାନେ ବୁଝାବୁଝି କରୁଛନ୍ତି। ସ୍ଥାନୀୟ ପ୍ରଶାସନ ଏବଂ ପ୍ରତ୍ୟେକ ରାଜ୍ୟ ସରକାରଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ ସେମାନେ ମହାମାରୀକୁ ପରାସ୍ତ କରିବାକୁ କୌଣସି ସବୁ ମତେ ଉଦ୍ୟମ କରିଛନ୍ତି।
ଆମ ବ୍ୟବସାୟ ହେଉ, ଅଫିସ୍ ସଂସ୍କୃତି ହେଉ, ଶିକ୍ଷା ହେଉ, ଡାକ୍ତରୀ ସେକ୍ଟର୍ ହେଉ ପ୍ରତ୍ୟେକ କରୋନାଭାଇରସ୍ ପରବର୍ତ୍ତୀ ବିଶ୍ବରେ ନୂତନ ପରିବର୍ତ୍ତନ ଅନୁସାରେ ପରିବର୍ତ୍ତିତ ହେଉଛନ୍ତି।
Image Source: Hindustan Timesଭାରତ ନିଜ ଇତିହାସ ଓ ବିଜ୍ଞାନକୁ ବିଶ୍ବାସ କରିବା ଉଚିତ। ପ୍ରମାଣଭିତ୍ତିକ ଅନ୍ବେଷଣରେ ଏହାର ଭୂମିକା ରହିଛି ବୋଲି ମଧ୍ୟ ଭାରତୀୟମାନେ ବିଶ୍ବାସ କରିବା ଉଚିତ। କିନ୍ତୁ, ଅନ୍ୟ ବିଦେଶୀ ଗବେଷକ କିଂବା ଗବେଷଣା କ’ଣ କହୁଛି ସେ ଆଡ଼କୁ ଢ଼ଳିବା ଭାରତୀୟଙ୍କର ସ୍ବଭାବ ହୋଇଯାଇଛି। ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ଚାହୁଁଛ ଯଦି ଆମ ପାରମ୍ପରିକ ପଦ୍ଧତି କଥା ସ୍ମରଣ କର। ସେଥିରେ ଅନେକ ଉତ୍ତମ ଉପାୟ ରହିଛି। ଏହାକୁ ଜନପ୍ରିୟ କରି ବିଶ୍ବବାସୀଙ୍କୁ ଜଣାଅ।
କୋଭିଡ୍-୧୯ ବିସ୍ତାର ରୋକିବାକୁ ମୁଖାବରଣ ପରିଧାନ ନୂଆ ଅଭ୍ୟାସ ହୋଇପାରେ, କିନ୍ତୁ କ୍ରମେ ଏହା ସ୍ବାଭାବିକ ହୋଇଯିବ ଫଳରେ ସଂକ୍ରମଣ ତୁଟିଯିବ। ପଦାରେ ଛେପ ପକାଇବା ଖରାପ ବୋଲି ଭାରତୀୟମାନେ ଜାଣି ମଧ୍ୟ ପକାଉଥିଲେ। ମହାମାରୀ ଯୋଗୁଁ ଲୋକେ ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ବନ୍ଦ କରିଦେଇଛନ୍ତି। ଏହା ମୌଳିକ ପରିମଳ ବ୍ୟବସ୍ଥା ବଢ଼ାଇବା ସହ କୋଭିଡ୍-୧୯ ବିରୋଧରେ ଚାଲିଥିବା ଯୁଦ୍ଧକୁ ମଜଭୁତ୍ କରିବ।
ପ୍ରଧାନମନ୍ତ୍ରୀ କହିଲେ ଯେ କୋଭିଡ୍-୧୯ ସଂକଟ ସମୟରେ ରମ୍ଜାନ୍ ପାଳନ ହେଉଛି। ଇଦ୍ ପୂର୍ବରୁ କୋଭିଡ୍-୧୯ ପରାସ୍ତ ହେବା ପାଇଁ ସେ ପ୍ରାର୍ଥନା କରିଛନ୍ତି। ଜୈନମାନଙ୍କର ତୀର୍ଥଙ୍କର ସ୍ବାମୀ ଋଷଭଦେବ ଏବଂ ଲିଙ୍ଗାୟତ ସମ୍ପ୍ରଦାୟର ସନ୍ନ୍ୟାସୀ ବାସବଙ୍କ ଜୟନ୍ତୀ ଉପଲକ୍ଷ୍ୟେ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି।
ଆମେ ସତର୍କ ରହି ଉପଯୁକ୍ତ ପ୍ରତିରୋଧକ ବ୍ୟବସ୍ଥା ଗ୍ରହଣ କରିବା ଉଚିତ ବୋଲି ଶେଷରେ ପ୍ରଧାନମନ୍ତ୍ରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/pm-modi-2.jpg)