ନୂଆଦିଲ୍ଲୀ: ୨୦୧୯ରେ ଯୋଗାଣ ହେବାକୁ ନିର୍ଦ୍ଧାରଣ କରାଯାଇଥିବା ଭାରତର ପ୍ରଥମ ଆପାଚି ଏବଂ ଚିନୂକ ହେଲିକାପ୍ଟର୍ର ପ୍ରଥମ ଉଡ଼ାଣ ପୂର୍ଣ୍ଣ କରିଥିବା କଥା ଶୁକ୍ରବାର ଦିନ ପ୍ରମୁଖ ବିମାନ ନିର୍ମାଣକାରୀ ସଂସ୍ଥାନ ବୋଇଙ୍ଗ୍ କହିଛି।
ବୋଇଙ୍ଗ୍ ଇଣ୍ଡିଆର ଅଧ୍ୟକ୍ଷ ପ୍ରତ୍ୟୁଷ କୁମାର ଏକ ବିବୃତିରେ କହିଛନ୍ତି: ଭାରତୀୟ ସଶସ୍ତ୍ର ବଳର ସାମର୍ଥ୍ୟ ମଜଭୁତ କରିବା ନିମନ୍ତେ ଭାରତର ଆପାଚି ଏବଂ ଚିନୂକ ହେଲିକାପ୍ଟର୍ର ପ୍ରଥମ ଉଡ଼ାଣ ହେଉଛି ଗୁରୁତ୍ୱପୂର୍ଣ୍ଣ ମାଇଲ୍ସ୍ତମ୍ଭ।
ଉଭୟ ଏଏଚ୍-୬୪ଇ ଆପାଚି ଏବଂ ସିଏଚ୍-୪୭ଏଫ୍ ଚିନୂକର ସବୁଠୁ ଉନ୍ନତ ସଂସ୍କରଣ ଭାରତକୁ ମିଳିବ।
ଡିନାମାଇଟିକ୍ସ୍ ଭଳି ଭାରତୀୟ ଶିଳ୍ପ ଅଂଶୀଦାରମାନେ ଚିନୂକର ବଡ଼ ଅଂଶ ସବୁ ନିର୍ମାଣ କରୁଛନ୍ତି। ହାଇଦ୍ରାବାଦ ଠାରେ ଥିବା ଟାଟା-ବୋଇଙ୍ଗ୍ର ଯୁଗ୍ମ ଉଦ୍ୟୋଗ ଆପାଚିର ସମ୍ପୂର୍ଣ୍ଣ ବଡି ନିର୍ମାଣ କରୁଛି ବୋଲି ସେ କୁହାଯାଇଛି।
ଭାରତ ୨୨ଟି ଏଏଚ୍-୬୪ଇ ଆପାଚି ଆଟାକ୍ ଏବଂ ୧୫ଟି ସିଏଚ୍-୪୭ଏଫ୍ (ଆଇ) ଚିନୂକ ଟ୍ରାନ୍ପୋର୍ଟ ହେଲିକାପ୍ଟର୍ ପାଇବ।
ସେପ୍ଟମ୍ବର ୨୦୧୫ରେ ଭାରତୀୟ ବାୟୁସେନାର ୨୨ଟି ଆପାଚି ଏବଂ ୧୫ଟି ଚିନୂକ ପାଇଁ ଚୁକ୍ତି ଚୁଡ଼ାନ୍ତ ହୋଇଥିଲା।
୨୦୧୭ ମସିହାରେ ଭାରତୀୟ ବାୟୁସେନା ପାଇଁ ଅତିରିକ୍ତ ୬ଟି ଆପାଚି କିଣିବାକୁ ଅନୁମୋଦନ ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/707236-apache.jpg)