କରୋନା ମୁକ୍ତ ହୋଇଥିବା ଲୋକଙ୍କୁ ପ୍ଲାଜମା ଦାନ କରିବାକୁ ନିବେଦନ କଲେ ଦେଶର ପ୍ରଥମ ପ୍ଲାଜମା ଦାତା ସ୍ମୃତି ଠାକୁର

ନୂଆଦିଲ୍ଲୀ:  କରୋନା ଭୂତାଣୁର ମୁକାବିଲା କରିବା ପାଇଁ ସାରା ବିଶ୍ୱ ଏହାର ଚିକିତ୍ସା ଖୋଜୁଥିବା ବେଳେ ପ୍ଲାଜମା ଥେରାପିକୁ ବ୍ୟବହାର କରି ଲୋକଙ୍କୁ କରୋନା ମୁକ୍ତ କରିବା ପାଇଁ ଏବେ ଆମ ଦେଶ ପ୍ରୟାସ ଆରମ୍ଭ କରିଛି | ପ୍ଲାଜମା ଥେରାପି ସାହାଯ୍ୟରେ ଭୂତାଣୁ ଦ୍ୱାରା ଗୁରୁତର ଭାବରେ ପ୍ରଭାବିତ ହୋଇଥିବା ବ୍ୟକ୍ତିଙ୍କ ଚିକିତ୍ସା ପାଇଁ କରୋନା ମୁକ୍ତ ହୋଇଥିବା ରୋଗୀଙ୍କ ରକ୍ତରୁ ଆଣ୍ଟିବଡି ତିଆରି କରିବାକୁ ଚେଷ୍ଟା କରିବା ଆରମ୍ଭ କରିଛନ୍ତି ଡାକ୍ତର। ଭାରତରେ ଏହି ଚିକିତ୍ସାକୁ ପରୀକ୍ଷାମୂଳକ ସଫଳତା ମିଳିଛି। ଏହି ଥେରାପି ସଂକ୍ରମିତ ହେବାର ଅଧିକ ଆଶଙ୍କା ଥିବା ଲୋକଙ୍କୁ ମଧ୍ୟ ଦିଆ ଯାଇପାରିବ- ଯେପରିକି ସ୍ୱାସ୍ଥ୍ୟ କର୍ମୀ, ରୋଗୀଙ୍କ ପରିବାର ଏବଂ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକ।

ତେବେ ଏହି ଥେରାପି ଏବେ ଚର୍ଚିତ ହେବାକୁ ଲାଗିଥିବା ବେଳେ ଭାରତର ପ୍ରଥମ ପ୍ଲାଜମା ଦାତା ସ୍ମୃତି ଠାକୁର ‘ଇ-ଏଜେଣ୍ଡା ଆଜ ତକ’ର ଏକ ସ୍ୱତନ୍ତ୍ର ଅଧିବେଶନରେ ଭାଷଣ ଦେଇ ନିଜର ଅଭିଜ୍ଞତା ବଖାଣିଛନ୍ତି | ସ୍ମୃତି ଠାକୁର କହିଛନ୍ତି ଯେ, କରୋନାଭାଇରସ ସଂକ୍ରମଣରୁ ସୁସ୍ଥ ହେବା ପରେ ସେ ନିଜ ପିତାମାତାଙ୍କ ସହିତ ଘରେ ଥିଲେ ଏବଂ ଘରେ ୧୪ଦିନିଆ ସଙ୍ଗରୋଧରେ ରହିବାର ସମୟ ମଧ୍ୟ ସମାପ୍ତ କରିଥିଲେ। ଏହି ସମୟରେ ତାଙ୍କୁ ସିଭିଲ୍ ହସ୍ପିଟାଲର ଜଣେ ଡାକ୍ତର ଫୋନ କରି କହିଲେ ଯେ, ସେମାନେ ତାଙ୍କ ରକ୍ତରୁ ପ୍ଲାଜମା ବାହାର କରିବାକୁ ଚାହୁଁଛନ୍ତି, ଯାହାଦ୍ୱାରା ଅନ୍ୟମାନେ ଚିକିତ୍ସିତ ହୋଇପାରିବେ। ଏଥିପାଇଁ ଡାକ୍ତରଖାନାରେ ଏକ କୋଠରୀ, ମେସିନ୍ ଏବଂ ଯନ୍ତ୍ରପାତି ସକାଳେ ସାନିଟାଇଜ୍ କରି ପ୍ରସ୍ତୁତ ରହିଛନ୍ତି ।

How Australia can fix the market for plasma and save millions
The Conversation

ସ୍ମୃତିଙ୍କ ମୁତାବକ, “ସେମାନେ କହିଥିଲେ ଯେ, ମୋର ଜୀବନ ପ୍ରତି କୌଣସି ପ୍ରକାରର ବିପଦ ନାହିଁ। ମୋତେ କେବଳ ଡାକ୍ତରଖାନାରେ ମୋର ରକ୍ତଦାନ କରିବାକୁ ପଡିବ | ଯେହେତୁ ମୁଁ କରୋନା ସହ ଲଢ଼ି ସୁସ୍ଥ ହୋଇଗଲି, ମୋର ଶରୀର କରୋନାଭାଇରସ୍ ସହିତ ଲଢ଼ିବା ପାଇଁ ଆଣ୍ଟିବଡି ବିକଶିତ କରିବାକୁ ସକ୍ଷମ ବୋଲି ସେମାନେ ମୋତେ ଜଣାଇଥିଲେ। ଡାକ୍ତରମାନଙ୍କ ଆତ୍ମବିଶ୍ୱାସ ଦେଖି ମୋର ଆତ୍ମବିଶ୍ୱାସ ବଢିଥିଲା। ଡାକ୍ତରମାନେ ମୋତେ ପ୍ଲାଜମା ଦାନ ଏବଂ ଥେରାପିର ସମ୍ପୂର୍ଣ୍ଣ ପ୍ରକ୍ରିୟା ବୁଝାଇଥିଲେ। ମୋ ରକ୍ତରୁ ପ୍ଲାଜମା କିପରି ବାହାର କରାଯିବ ଏବଂ ସଂକ୍ରମିତ ରୋଗୀଙ୍କ ଶରୀରରେ କିପରି ଇଞ୍ଜେକ୍ସନ ଜରିଆରେ ଦିଆଯିବ, ତାହା ସେମାନେ ମୋତେ କହିଥିଲେ। ଏହା ସହ ମୋତେ କେବଳ ଦୁଇ-ତିନି ଘଣ୍ଟା ଡାକ୍ତରଖାନାରେ ରହିବାକୁ ପଡିବ, ଏହା ପରେ ମୁଁ ଘରକୁ ଫେରି ପାରିବି ବୋଲି ଡାକ୍ତର ମୋତେ କହିଥିଲେ |

ସ୍ମୃତିଙ୍କ କହିବା ମୁତାବକ, ଡାକ୍ତରଙ୍କ ଫୋନ କଲ ପାଇ ମୁଁ ପ୍ରଥମେ ପିତାମାତାଙ୍କ ସହ ପ୍ଲାଜମା ଦାନ କରିବି କି ନାହିଁ, ସେ ବିଷୟରେ ଆଲୋଚନା କରିଥିଲି | ପ୍ଲାଜମା ଦାନ ବିଷୟରେ ଶୁଣି ପିତାମାତା, ଯେଉଁ ଡାକ୍ତରମାନେ ତୁମକୁ ଦ୍ୱିତୀୟ ଜୀବନ ଦେଇଛନ୍ତି, ସେମାନେ ତୁମ ଜୀବନ ବିପଦରେ ପକାଇବେ ନାହିଁ ବୋଲି କହି ମୋତେ ଡାକ୍ତରଖାନା ଯାଇ ତୁରନ୍ତ ପ୍ଲାଜମା ଦାନ କରିବାକୁ କହିଥିଲେ। ପିତାମାତାଙ୍କ ସହ ଆଲୋଚନା କରିବା ପରେ ମୁଁ ଡାକ୍ତରଖାନା ଯାଇ ମୋର ରକ୍ତଦାନ କରିଥିଲି ବୋଲି ସେ କହିଛନ୍ତି। ଏହା ସହ କରୋନା ମୁକ୍ତ ହୋଇସାରିଥିବା ଲୋକଙ୍କୁ ରକ୍ତଦାନ କରିବାକୁ ନିବେଦନ କରିଛନ୍ତି ସ୍ମୃତି |

ସମ୍ବନ୍ଧିତ ଖବର