ପୁଣି ଥରେ କରୋନା ସଂକ୍ରମିତ ହେଲେ ଭାରତର ପ୍ରଥମ କରୋନା ଆକ୍ରାନ୍ତ

ତିରୁଅନନ୍ତପୁରମ୍ : ଗତ ବର୍ଷ ଜାନୁଆରି ୩୦ରେ ଦେଶର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା । ଚୀନର ଉହାନରେ ଡାକ୍ତରୀ ପାଠ ପଢୁଥିବା କେରଳର ଜଣେ ଛାତ୍ରୀ ଭାରତ ଫେରିବା ପରେ ସେ କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା । ପ୍ରାୟ ଦେଢ ବର୍ଷ ପରେ ସେ ପୁଣି ଥରେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ସେ ଦିଲ୍ଲୀ ଯିବାକୁ ଚାହୁଁଥିବାବେଳେ ସରକାରୀ ନିୟମ ଅନୁସାରେ ତା’ପୂର୍ବରୁ କରୋନା ପରୀକ୍ଷା କରାଇଥିଲେ । ଉକ୍ତ ପରୀକ୍ଷାରୁ ସେ କରୋନା ପଜିଟିଭ ଥିବା ଜଣାପଡ଼ିଛି । ତେବେ ତାଙ୍କ ଶରୀରେ କୌଣସି ଲକ୍ଷଣ ନାହିଁ, ଏଣୁ ଚିନ୍ତାର କୌଣସି କାରଣ ନାହିଁ ବୋଲି ଡାକ୍ତରମାନେ କହିଛନ୍ତି । ସେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କରୋନା ଟିକା ନେଇ ନଥିବା ଜଣାପଡ଼ିଛି ।

ଚୀନର ଉହାନ ବିଶ୍ବ ବିଦ୍ୟାଳୟରେ ଡାକ୍ତରୀ ପଢୁଥିବା ଉକ୍ତ ଛାତ୍ରୀ ଗତ ବର୍ଷ ଜାନୁଆରି ୩୦ରେ ଭାରତ ଆସିବା ପରେ ଆଉ ଉହାନ ଫେରିନାହାନ୍ତି । ଅନଲାଇନରେ ସେ ନିଜର ପାଠ ପଢୁଛନ୍ତି । ସ୍ଥିତି ସୁଧୁରିଲେ ପୁଣି ଥରେ ଉହାନ ଫେରିବାକୁ ସେ ଲକ୍ଷ୍ୟ ରଖିଛନ୍ତି ।

ସମ୍ବନ୍ଧିତ ଖବର