ନୂଆଦିଲ୍ଲୀ : ଦେଶକୁ ସୁରକ୍ଷା ଦେବା କ୍ଷେତ୍ରରେ ଭାରତର ନୌସେନା ଆଉ ପାଦେ ଆଗକୁ ବଢ଼ିଛି। ଭାରତର ପ୍ରଥମ ଉପଗ୍ରହ ଏବଂ ଆଣବିକ କ୍ଷେପଣାସ୍ତ୍ର ଟ୍ରାକିଂ ଜାହାଜ 'ଆଇଏନଏସ ଧ୍ରୁବ' ଲଞ୍ଚିଂ ଆସନ୍ତା ୧୦ ତାରିଖରେ ଆରମ୍ଭ ହେବ। ଭାରତୀୟ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ଏବଂ ଜାତୀୟ ବୈଷୟିକ ଗବେଷଣା ସଂଗଠନ (ଏନ୍ଟିଆର୍ଓ) ସହଯୋଗରେ ହିନ୍ଦୁସ୍ତାନ ସିପୟାର୍ଡ ଉକ୍ତ ଜାହାଜ ନିର୍ମାଣ କରିଛି। ସମୁଦ୍ର ଶଯ୍ୟାର ଗବେଷଣା ଏବଂ ଶତ୍ରୁପକ୍ଷର ବୁଡ଼ାଜାହାଜକୁ ଚିହ୍ନଟ କରିବାରେ ମଧ୍ୟ ଏହି ଜାହାଜ ସକ୍ଷମ ହେବ।
ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏହି ଜାହାଜର ଲଞ୍ଚିଂ କରିବା କାର୍ଯ୍ୟକ୍ରମ ରହିଛି। ଏଥିରେ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହ ଏବଂ ଏନଟିଆରଓ ଅଧ୍ୟକ୍ଷ ଅନିଲ ଦସମାନାଙ୍କ ସମେତ ଡିଆରଡିଓ ଓ ନୌସେନାର ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେବେ। ଆଣବିକ କ୍ଷେପଣାସ୍ତ୍ର ଟ୍ରାକିଂ ଜାହାଜକୁ ଭାରତୀୟ ନୌସେନା ଏବଂ ଷ୍ଟ୍ରାଟେଜିକ୍ ଫୋର୍ସେସ୍ କମାଣ୍ଡ (ଏସଏଫସି) ପରିଚାଳନା କରିବେ। ବର୍ତ୍ତମାନ ବିଶ୍ବରେ ଏହି ଜାହାକ କେବଳ ଫ୍ରାନ୍ସ, ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ, ରୁଷିଆ ଏବଂ ଚୀନ ନିକଟରେ ରହିଛି। ୧୦ ହଜାର ଟନ୍ ଓଜନ ବିଶିଷ୍ଟ ଏହି ଅତ୍ୟାଧୁନିକ ଜାହାଜ ଭାରତ ଆଡ଼କୁ ଆସୁଥିବା ଶ୍ରତୁପକ୍ଷର ଆଣବିକ କ୍ଷେପଣାସ୍ତ୍ର ସଂପର୍କରେ ଆଗୁଆ ସୂଚନା ଦେଇପାରିବ। ଭାରତ ଏବଂ ପ୍ରଶାନ୍ତ ମହାସାଗରେ ଭାରତର ସୁରକ୍ଷା ବ୍ୟବସ୍ଥା ପାଇଁ ଏହା ବିଶେଷ ସହାୟକ ହେବ। ବିଶେଷ କରି ପାଣି ଭିତରେ ସଶସ୍ତ୍ର ନିରୀକ୍ଷଣ ଡ୍ରୋନର ବ୍ୟବହାର ଆରମ୍ଭ ହୋଇଥିବାବେଳେ ଭାରତ ପାଇଁ ଏହି ଜାହାଜ ଅନେକ ଗୁରୁତ୍ବ ବହନ କରିବ।
ଭାରତ ସହିତ ଚୀନ ଏବଂ ପାକିସ୍ତାନର ସୀମା ବିବାଦ ରହିଛି। ଉଭୟ ଦେଶ ମଧ୍ୟ ଅତି ଶକ୍ତିଶାଳୀ ଆଣବିକ କ୍ଷେପଣାସ୍ତ୍ର ରଖିଛନ୍ତି। ସେ ଦୃଷ୍ଟିରୁ ଏହି ଦେଶଦ୍ବୟ ଯେତେବେଳେ ସେମାନଙ୍କ ଆଣବିକ କ୍ଷେପଣାସ୍ତ୍ରର ପରୀକ୍ଷଣ କରିବେ ସେତେବେଳେ ଏଗୁଡ଼ିକର ବାସ୍ତବ କ୍ଷମତା କେତେ ତାହା ସୂଚନା ଦେବାରେ ଆଇଏନଏସ ଧ୍ରୁବ ସକ୍ଷମ ହେବ। ଡିଆରଡିଓ ଦ୍ବାରା ବିକଶିତ ଅତ୍ୟାଧୁନିକ ସକ୍ରିୟ ସ୍କାନ୍ଡ ଆରେ ରାଡାର (ଏଇଏସଏ) ଖଞ୍ଜା ଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/ins-dhurba.jpg)