ସୁସ୍ଥ ହୋଇ ଘରକୁ ଫେରିଲେ ଭାରତର ପ୍ରଥମ ପ୍ଲାଜ୍‌ମା ଥେରାପିରେ ଚିକିତ୍ସିତ କରୋନା ରୋଗୀ

ନୂଆଦିଲ୍ଲୀ: ଆଜି ୪୯ବର୍ଷ ବୟସ୍କ କରୋନା ପୀଡିତ ସୁସ୍ଥ ହୋଇ ଦିଲ୍ଲୀର ସାକେତରେ ଥିବା ମ୍ୟାକ୍ସ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ପୀଡିତ କରୋନା ଦ୍ୱାରା ଆକ୍ରାନ୍ତ ହେବା ପରେ ତାଙ୍କର ଅବସ୍ଥା ଗୁରୁତର ଥିଲା | ବଞ୍ଚିବାର ସବୁ ଆଶା ପୀଡିତ ହରାଇ ବସିଥିବା ବେଳେ ଡାକ୍ତର ତାଙ୍କୁ ସୁସ୍ଥ କରିବା ପାଇଁ ପ୍ରଥମ କରି ତାଙ୍କ ଉପରେ ପ୍ଲାଜମା ଥେରାପିର ପରୀକ୍ଷା କରିଥିଲେ | ପ୍ଲାଜମା ଥେରାପି ପରେ ସେ ଧୀରେ ଧୀରେ ସୁସ୍ଥ ହେବା ସହ ଆଜି ଘରକୁ ଫେରିଛନ୍ତି |

ମିଳିଥିବା ସୂଚନା ମୁତାବକ, ଏପ୍ରିଲ ୪ରେ ୪୯ବର୍ଷ ବୟସ୍କ ପୀଡିତ କୋଭିଡ-୧୯ର ଶିକାର ହୋଇଥିବା ସ୍ପଷ୍ଟ ହୋଇଥିଲା | ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ଭର୍ତ୍ତି ହେବାର କିଛି ଦିନ ମଧ୍ୟରେ ତାଙ୍କ ଅବସ୍ଥା ବିଗିଡି ଯିବା ସହ ସେ ନିମୋନିଆରେ ଆକ୍ରାନ୍ତ ହୋଇଥିଲେ | ଯାହା ପରେ ତାଙ୍କୁ ଏପ୍ରିଲ ୮ରେ ଭେଣ୍ଟିଲେଟର ସହାୟତା ଦିଆଯାଇଥିଲା। ତାଙ୍କ ଅବସ୍ଥାରେ କୌଣସି ଉନ୍ନତି ଦେଖା ନଯିବାରୁ ତାଙ୍କ ପରିବାର ଡାକ୍ତରଖାନାକୁ ପ୍ଲାଜମା ଥେରାପି ପାଇଁ ଅନୁରୋଧ କରିଥିଲେ |

What is Plasma Therapy: A possible treatment for coronavirus ...
IndiaToday

ଏହା ପରେ ପରିବାର ଲୋକ କରୋନା ମୁକ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ପ୍ଲାଜମା ଦାନ କରିବାକୁ ଅନୁରୋଧ କରିବାରୁ ସେ ପ୍ଲାଜମା ଦାନ କରିବାକୁ ରାଜି ହୋଇଥିଲେ | ସବୁ ପ୍ରକାର ପରୀକ୍ଷା କରି ପ୍ଲାଜମା ଅଣାଯିବା ପରେ ୪୯ବର୍ଷୀୟ ଗୁରୁତର ଅସୁସ୍ଥ ରୋଗୀଙ୍କୁ ଏପ୍ରିଲ ୧୪ରାତିରେ ସତେଜ ପ୍ଲାଜମା ଦିଆଯାଇଥିଲା ବୋଲି ଅଧିକାରୀମାନେ କହିଛନ୍ତି। ପ୍ଲାଜମା ଦିଆଯିବ ପରେ ସେ ଧୀରେ ଧୀରେ ସୁସ୍ଥ ହେବା ଆରମ୍ଭ କରିଥିଲେ | ଏପ୍ରିଲ୍ ୧୮ରେ ତାଙ୍କର ଭେଣ୍ଟିଲେଟର ସହାୟତା ହଟାଇଦିଆଯିବ ସହ ସେ ଖାଇବା ପିଇବା ଆରମ୍ଭ କରିଥିଲେ | କିଛି ଦିନ ତାଙ୍କୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯିବ ପରେ ଆଜି ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି |

ସମ୍ବନ୍ଧିତ ଖବର