ଅହମଦାବାଦ: ଗୁଜରାଟର ଝିଅ କ୍ଷମା ବିନ୍ଦୁ ଧାର୍ଯ୍ୟ ତାରିଖ ପୂର୍ବରୁ ଆଜି ତାଙ୍କର ବିବାହ କାମ ସାରିଦେଇଛନ୍ତି। ମେହେନ୍ଦି ଓ ହଳଦୀ ଆଦି କାର୍ଯ୍ୟକ୍ରମ ଭିତରେ ତାଙ୍କର ସୋଲୋଗାମୀ ବା ଆତ୍ମବିବାହ ସମ୍ପନ୍ନ ହୋଇଛି। ହିନ୍ଦୁ ବିବାହର ସବୁ ରୀତି ପାଳନ କରାଯାଇଥିଲେ ମଧ୍ୟ ଏଠି କେହି ବର, ବରଯାତ୍ରୀ ବା ବରପକ୍ଷ ନ ଥିଲେ। ବିନ୍ଦୁଙ୍କ ଆତ୍ମବିବାହ ଘୋଷଣା ପରଠାରୁ ବିବାଦର ସୂତ୍ରପାତ ହୋଇଥିଲା। ଜନୈକ ବିଜେପି ନେତା ତାଙ୍କର ଏହି ବିବାହକୁ ବିରୋଧ କରିବା ସହ ମନ୍ଦିରରେ ତାଙ୍କ ବିବାହ କାର୍ଯ୍ୟ କରାଇ ଦେବେ ନାହିଁ ବୋଲି ଧମକ ଦେଇଥିଲେ। ତେଣୁ ବିରୋଧ ଓ ଝାମେଲାକୁ ଏଡ଼ାଇବା ପାଇଁ ଧାର୍ଯ୍ୟ ତାରିଖର ବହୁ ପୂର୍ବରୁ ବିନ୍ଦୁ ଆଜି ତାଙ୍କର ଏହି ଅଣପାରମ୍ପରିକ ବିବାହ କାମ ସାରି ଦେଇଛନ୍ତି। ଆତ୍ମବିବାହ ପରେ ବିନ୍ଦୁ ଏକ ଭିଡିଓ ବାର୍ତ୍ତାରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଯେଉଁମାନେ ତାଙ୍କୁ ଏ ବାବଦରେ ସମର୍ଥନ ଓ ଉତ୍ସାହିତ କରିଛନ୍ତି ସେ ସେମାନଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି।
ସୋଲୋଗାମୀ ଏବେ ଏକ ବିତର୍କର ବିଷୟ ହୋଇଛି। ଜଣେ ବିଜେପି ନେତା କହିଛନ୍ତି ଯେ, ଏହା ହେଉଛି ହିନ୍ଦୁଧର୍ମର ବିରୋଧୀ। ସେ ଏପରି ବିବାହ କରାଇଦେବେ ନାହିଁ ବୋଲି ଧମକ ଦେବା ପରେ ବିନ୍ଦୁ ଧାର୍ଯ୍ୟ ତାରିଖ ଆଗରୁ ବାହାହୋଇପଡ଼ିଲେ। ଅପରପକ୍ଷେ କଂଗ୍ରେସ ନେତା ମିଳିନ୍ଦ ଦେଓରା କହିଛନ୍ତି ଏହା ପାଗଳାମି ଆଡ଼କୁ ଅଗ୍ରଗତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/s4hfs4h65f4hh65f4f65hhhhhf.jpg)