ଭାରତର ପ୍ରଥମ କୋଭିଡ୍ ଟିକାର ପରୀକ୍ଷଣ ଜୁଲାଇରେ

ହାଇଦ୍ରାବାଦ: ହାଇଦ୍ରାବାଦ ସ୍ଥିତ ଜୈବପ୍ରଯୁକ୍ତି କମ୍ପାନି ଭାରତ ବାୟୋଟେକ୍‌ ପକ୍ଷରୁ ବିକଶିତ ଦେଶର ପ୍ରଥମ କୋଭିଡ୍-୧୯ ଟିକାର ମନୁଷ୍ୟ ଠାରେ ନୈଦାନିକ ପରୀକ୍ଷଣ ଏଇ ଜୁଲାଇ ମାସରେ ଆରମ୍ଭ ହେବ ବୋଲି ଜଣାଯାଇଛି। କୋଭାକ୍ସିନ୍‌ ନାମକ ଏହି ବହୁ ପ୍ରତୀକ୍ଷିତ ଟିକାର ଏପରି ମନୁଷ୍ୟ ଶରୀରରେ ପରୀକ୍ଷାନିରୀକ୍ଷା ପାଇଁ ଭାରତୀୟ ଭେଷଜ ମହାନିୟନ୍ତ୍ରକ(ଡିସିଜିଆଇ)ଙ୍କ ଠାରୁ ଆବଶ୍ୟକ ଅନୁମତି ମିଳିସାରିଛି ବୋଲି କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି। ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍‌ଆର୍‌) ଏବଂ ଜାତୀୟ ଭୂତାଣୁବିଜ୍ଞାନ ପ୍ରତିଷ୍ଠାନ(ଏନ୍‌ଆଇଭି)ର ମିଳିତ ସହଯୋଗରେ ନିଜସ୍ବ ଜ୍ଞାନକୌଶଳରେ ବିକଶିତ ଏହି ଟିକାର ପ୍ରସ୍ତୁତି ହାଇଦ୍ରାବାଦ ସ୍ଥିତ ଜିନୋମ୍‌ ଭ୍ୟାଲିରେ ହେଉଥିବା ଭାରତ ବାୟୋଟେକ୍‌ ମୁଖ୍ୟ ଡା. କୃଷ୍ଣା ଏଲ୍ଲା କହିଛନ୍ତି। ନିର୍ଦ୍ଧାରିତ ନୀତି ନିୟମ ଅନୁଯାୟୀ ସଂପନ୍ନ ହୋଇଥିବା ଏହାର ପ୍ରାକ୍ ନୈଦାନିକ ପରୀକ୍ଷଣ ସଫଳ ହେବା ପରେ ସେଇ ଆଧାରରେ ଜୁଲାଇରେ ଏହାର ମନୁଷ୍ୟ ଠାରେ ନୈଦାନିକ ପରୀକ୍ଷଣ କରାଯିବାକୁ ଅନୁମତି ମିଳିଛି।

ସମ୍ବନ୍ଧିତ ଖବର