ଭାରତରେ ପ୍ରଥମ କରି ସ୍ଥାପନ ହେବ ପ୍ରାଣୀମାନଙ୍କ ଲାଗି ଯୁଦ୍ଧ ସ୍ମାରକୀ

ନୂଆଦିଲ୍ଲୀ: ୨୦୧୬ରେ କଶ୍ମୀରରେ ଆତଙ୍କବାଦୀ ବିରୋଧୀ ସାମରିକ ଅଭିଯାନରେ ପ୍ରାଣ ହରାଇଥିବା ଗୋଟାଏ କୁକୁର ନିମନ୍ତେ ମିରଟରେ ଏକ ଯୁଦ୍ଧ ସ୍ମାରକୀ ନିର୍ମାଣ କରାଯିବା ଲାଗି ଯୋଜନା ହେଉଛି।

୧୯୯୯ ମସିହାରେ ଭାରତ ପାକିସ୍ତାନ ବିରୋଧରେ କାର୍ଗିଲ୍‌ ଯୁଦ୍ଧ ଲଢ଼ିବା ବେଳେ ପ୍ରାଣ ହରାଇଥିବା ପ୍ରାଣୀମାନେ ମଧ୍ୟ ଏଥିରେ ସ୍ଥାନ ପାଇବେ।
ଏହି ଅଭିନବ ସ୍ମାରକୀରେ ଅଧିକାଂଶ କୁକୁର ଅଳ୍ପ କେତେକ ଅଶ୍ୱ ଏବଂ ଖଚରଙ୍କ ନାମ ରହିବ। ଯୁଦ୍ଧ କ୍ଷେତ୍ରରେ ବୀରତ୍ୱ ପ୍ରଦର୍ଶନ, କର୍ତ୍ତବ୍ୟନିଷ୍ଠ ଏବଂ ସୈନିକମାନଙ୍କ ପାଖରେ ରହି ସାମରିକ ସେବା କରିଥିବା ପ୍ରାଣୀମାନଙ୍କ ନିମନ୍ତେ ଏହା ହେବ ଭାରତର ପ୍ରଥମ ଯୁଦ୍ଧ ସ୍ମାରକୀ।

ମିରଟର ‘ରିମାଉଣ୍ଟ୍‌ ଆଣ୍ଡ୍‌ ଭେଟରିନାରି କର୍ପସ୍‌ ସେଣ୍ଟର୍‌ ଓ କଲେଜ୍‌’ରେ ଏହି ସ୍ମାରକୀ ନିର୍ମାଣ କରାଯିବ। ଏଠାରେ ସେନାବାହିନୀ କୁକୁର, ଖଚର ଏବଂ ଘୋଡ଼ାମାନଙ୍କ ପ୍ରଜନନ, ପାଳନ ଓ ତାଲିମ ହୁଏ।

News18

ଏହା ଦିଲ୍ଲୀସ୍ଥିତି ‘ନ୍ୟାସ୍‌ନାଲ୍‌ ଓ୍ଵାର୍‌ ମେମୋରିଆଲ୍‌’ ଭଳି ହେବାକୁ ଥିଲେ ବି ଆକାରରେ କ୍ଷୁଦ୍ରତର ହେବ।

ଏଥିନିମନ୍ତେ ଖୁବ୍‌ ଶୀଘ୍ର ପ୍ରତିରକ୍ଷା ମନ୍ତ୍ରାଳୟ ପାଖରୁ ଅନୁମୋଦନ ମିଳିଯିବ ବୋଲି ସେନାବାହିନୀର ଅଧିକାରୀମାନେ କହିଛନ୍ତି।

ସ୍ମାରକୀସ୍ଥଳରେ ଖଣ୍ଡେ ଗ୍ରାନାଇଟ୍‌ ଶିଳା ଉପରେ ୩୦୦ କୁକୁର, ୩୫୦ କୁକୁର ପରିଚାଳକ, ଅଳ୍ପ କେତେକ ଅଶ୍ୱ ଏବଂ ଖଚରଙ୍କ ନାମ ଖୋଦେଇ କରାଯିବ।

ସମ୍ବନ୍ଧିତ ଖବର