୯୧ ବର୍ଷ ବୟସରେ ଭାରତର ପ୍ରଥମ ମହିଳା ଆଇଏଏସ୍‌ଙ୍କ ପରଲୋକ

ନୂଆଦିଲ୍ଲୀ: ଭାରତର ପ୍ରଥମ ମହିଳା ଆଇଏସ୍‌ ଅଧିକାରୀଙ୍କ ଗତ ସୋମବାର ସୁବୁରବନ୍‌ ଅନ୍ଧେରୀସ୍ଥିତ ତାଙ୍କ ବାସଭବନରେ ୯୧ ବୟସରେ ନିଧନ ହୋଇଯାଇଥିବା ଖବର ମିଳିଛି। ତାଙ୍କ ଅନ୍ତିମ ସଂସ୍କାର ସହରରେ ହିଁ କରାଯାଇଥିଲା।

ଅଧିକାଂଶ ଲୋକ ଭାରତର ପ୍ରଥମ ମହିଳା ଆଇପିଏସ୍‌ ଅଧିକାରୀ କିରଣ ବେଦୀଙ୍କ ବିଷୟରେ ଶୁଣିଥିବେ କିନ୍ତୁ ବହୁତ ଅଳ୍ପ ଲୋକେ ଅଛନ୍ତି ଯେଉଁମାନେ ଭାରତର ପ୍ରଥମ ମହିଳା ଆଇଏଏସ୍‌ଙ୍କ ସମ୍ପର୍କରେ ଜାଣିଛନ୍ତି। ଅାନ୍ନା ରାଜମ ମାଲହୋତ୍ରା ଭାରତର ପ୍ରଥମ ମହିଳା ଆଇଏଏସ୍‌ ଅଧିକାରୀ । କେବଳ ଏତିକି ନୁହେଁ, ସେ ସଚିବାଳୟରେ ପଦ ପ୍ରାପ୍ତ କରିବାରେ ବି ପ୍ରଥମ ମହିଳା । ୧୯୨୭ରେ କେରଳରେ ଏର୍ଣ୍ଣାକୁଲମ ଜିଲ୍ଲାରେ ଅନ୍ନା ରାଜମ ମାଲହୋତ୍ରାଙ୍କ ଜନ୍ମ ହୋଇଥିଲା। ମାଡ୍ରାସ୍‌ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ କରିବା ପରେ ସେ ଚେନ୍ନାଇ ଚାଲି ଯାଇଥିଲେ। ୧୯୫୧ ମସିହାରେ ସେ ସିଭିଲ ସେବାରେ ସାମିଲ ହେବା ପରେ ମାଡ୍ରାସ କ୍ୟାଡର ଚୟନ କରିଥିଲେ। ଏହାପରେ ଅନ୍ନା ରାଜମ ମାଲହୋତ୍ରା ମାଡ୍ରାସ ମୁଖ୍ୟମନ୍ତ୍ରୀ ସି ରାଜଗୋପାଳଚାରୀଙ୍କ ଅଧିନରେ କାମ କରୁଥିଲେ।

କେବଳ ଏତିକି ନୁହେଁ, ତାଙ୍କ କାମ ପାଇଁ ୧୯୮୯ରେ ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ ମଧ୍ୟ କରାଯାଇଛି। ତାମିଲନାଡୁର ୭ଟି ମୁଖ୍ୟମନ୍ତ୍ରୀଙ୍କ ସହିତ କାମ କରିଛନ୍ତି ଅାନ୍ନା ରାଜମ ମାଲହୋତ୍ରା । ଦିଲ୍ଲୀରେ ୧୯୮୨ରେ ଏସିୟାନ୍‌ ଗେମ୍‌ ଚାର୍ଜରେ ଥିବା ବେଳେ ରାଜୀବ ଗାନ୍ଧିଙ୍କ ସହ ମଧ୍ୟ କାମ କରିଥିଲେ ଆଇଏସ୍‌ ଅାନ୍ନା । ସେ ଆର୍‌ ଏନ୍‌ ମାଲହୋତ୍ରାଙ୍କୁ ବିବାହ କରିଥିଲେ, ଯିଏକି ୧୯୮୫ରୁ ୧୯୯୦ ପର୍ଯ୍ୟନ୍ତ ଭାରତୀୟ ରିଜର୍ଭ ବ୍ୟାଙ୍କରେ ଗଭର୍ଣ୍ଣର ଭାବେ କାମ କରିଥିଲେ।

ସମ୍ବନ୍ଧିତ ଖବର