ଢାକା: ବାଂଲାଦେଶ ସହ ଚାଲିଥିବା ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ସଚିବ ବିକ୍ରମ ମିସ୍ରି ଆଜି ଢାକାରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ଶେଖ୍ ହସିନା କ୍ଷମତାରୁ ଇସ୍ତଫା ଦେବା ପରେ ଅଗଷ୍ଟ ମାସରୁ ଦ୍ୱିପାକ୍ଷିକ ସମ୍ପର୍କରେ ତିକ୍ତତା ବଢିଚାଲିଛି । ଏପରି ସ୍ଥିତି ମଧ୍ୟରେ ମିସ୍ରି ତାଙ୍କ ବାଂଲାଦେଶ ପ୍ରତିପକ୍ଷ ମହମ୍ମଦ ଜସିମ ଉଦ୍ଦିନଙ୍କ ସହ ଆଲୋଚନା କରିଥିଲେ।
ଆଜି ଭାରତୀୟ ବାୟୁସେନାର ଏକ ବିମାନଯୋଗେ ମିସ୍ରି ଢାକାରେ ପହଞ୍ଚିଥିଲେ। ବିପୁଳ ବିଦ୍ରୋହ ପରେ ଅଗଷ୍ଟରେ ହସିନାଙ୍କ ୧୫ ବର୍ଷର ଶାସନ ଶେଷ ହେବା ପରେ ନୂଆଦିଲ୍ଲୀରୁ ଏହା ହେଉଛି ପ୍ରଥମ ଉଚ୍ଚସ୍ତରୀୟ ଗସ୍ତ। ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିଥିଲେ। ଭାରତୀୟ ହାଇକମିଶନର ପ୍ରଣୟ ବର୍ମା ମଧ୍ୟ ବିମାନ ବନ୍ଦରରେ ଉପସ୍ଥିତ ଥିଲେ।
ସେଠାରେ ପହଞ୍ଚିବା ପରେ ମିସ୍ରି ଜଶିମ ଉଦ୍ଦିନଙ୍କ ସହ ଆଲୋଚନା କରିଥିଲେ। ସେ ଦେଶର ବୈଦେଶିକ ମନ୍ତ୍ରୀ ମହମ୍ମଦ ତୌହିଦ ହୁସେନଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ବାଂଲାଦେଶର ଅନ୍ତରୀଣ ସରକାରଙ୍କ ମୁଖ୍ୟ କିମ୍ବା ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ମଧ୍ୟ ସେ ସୌଜନ୍ୟମୂଳକ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।
ସେଠାରେ ପହଞ୍ଚିବା ପରେ ମିସ୍ରି ଜଶିମ ଉଦ୍ଦିନଙ୍କ ସହ ଆଲୋଚନା କରିଥିଲେ। ସେ ଦେଶର ବୈଦେଶିକ ମନ୍ତ୍ରୀ ମହମ୍ମଦ ତୌହିଦ ହୁସେନଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ବାଂଲାଦେଶର ଅନ୍ତରୀଣ ସରକାରଙ୍କ ମୁଖ୍ୟ କିମ୍ବା ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ମଧ୍ୟ ସେ ସୌଜନ୍ୟମୂଳକ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ହସିନା କ୍ଷମତାରୁ ହଟିବା ପରେ ବାଂଲାଦେଶରେ ହିନ୍ଦୁଙ୍କ ସମେତ ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ନୂଆଦିଲ୍ଲୀ ଓ ଢାକା ମଧ୍ୟରେ ସମ୍ପର୍କରେ ତିକ୍ତତା ବଢ଼ୁଥିବା ବେଳେ ମିସ୍ରିଙ୍କ ଏହି ଗସ୍ତ ହୋଇଛି। ବାଂଲାଦେଶ ସରକାର କ୍ରମାଗତ ଭାବେ ଭାରତ କୁ ନେଇ ଆକ୍ରମଣାତ୍ମକ ହେବା ସହ ପ୍ରତିଦିନ ଭାରତ ବିରୋଧରେ କିଛି ନା କିଛି ଅଭିଯୋଗ କରୁଛନ୍ତି । ହିନ୍ଦୁଙ୍କ ଉପରେ ଅତ୍ୟାଚାର ପ୍ରସଙ୍ଗ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ଏକ ପ୍ରମୁଖ କାରଣ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/12/09/4hCU3Irivyicdti2QdKN.jpeg)