ଭାରତର ଜି୨୦ ଅଧ୍ୟକ୍ଷତା: ସାରା ଦେଶର ୧୦୦ରୁ ଅଧିକ କୀର୍ତ୍ତିସ୍ଥଳ ହେଲା ଆଲୋକିତ

ନୂଆଦିଲ୍ଲୀ : ଡିସେମ୍ବର ପହିଲାରୁ ଭାରତ ଜି-୨୦ ରାଷ୍ଟ୍ରଗୋଷ୍ଠୀର ଅଧ୍ୟକ୍ଷତା ଦାୟିତ୍ବ ଗ୍ରହଣ କରିଛି। ଏହି ଉପଲକ୍ଷେ ୧ରୁ ୭ ଡିସେମ୍ବର ପର୍ଯ୍ୟନ୍ତ ସଂସ୍କୃତି ମନ୍ତ୍ରଣାଳୟ ଅଧୀନ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଦେଶର ୧୦୦ରୁ ଅଧିକ ଐତିହାସିକ କୀର୍ତ୍ତିସ୍ଥଳକୁ ଜି୨୦ ଲୋଗୋ ସହ ଆଲୋକିତ କରାଯାଇଛି।

ଦେଶବ୍ୟାପୀ ବିଭିନ୍ନ କୀର୍ତ୍ତିରାଜି ମଧ୍ୟରେ ନୂଆଦିଲ୍ଲୀର ହୁମାୟୁନ୍ ସମାଧିସୌଧ, ଲାଲକିଲ୍ଲା, ପୁରାନା କିଲା, କୁତୁବମିନାର, ହାଇଦ୍ରାବାଦର ଗୋଲକୋଣ୍ଡା ଦୁର୍ଗ, ଜମ୍ମୁ ଓ କାଶ୍ମୀରର ଶଙ୍କରାଚାର୍ଯ୍ୟ ମନ୍ଦିର, ତେଲେଙ୍ଗାନାର ରାମାପ୍ପା ମନ୍ଦିର, ରାଜସ୍ଥାନର ନାଗଡ଼ା ମନ୍ଦିର, କର୍ଣ୍ଣାଟକ ହମ୍ପିସ୍ଥିତ ଶ୍ରୀବୀରୂପାକ୍ଷ ମନ୍ଦିର ଓ ବିହାରର ପ୍ରାଚୀନ ନାଳନ୍ଦା ବିହାରକୁ ମଧ୍ୟ ଆଲୋକିତ କରାଯାଇଛି।
ଏହି ଅବସରରେ ଓଡ଼ିଶାର ପୁରୀସ୍ଥିତ କୋଣାର୍କ ସୂର୍ଯ୍ୟ ମନ୍ଦିର, ଭୁବନେଶ୍ବରସ୍ଥିତ ରାଜାରାଣୀ ମନ୍ଦିର, ଖଣ୍ଡଗିରି ଏବଂ ଉଦୟଗିରି ଉପରେ ଥିବା ପ୍ରାଚୀନ ଗୁମ୍ଫା, ପ୍ରାଚୀନ କିର୍ତ୍ତିରାଜି ଓ ଐତିହ୍ୟକୁ ଜି-୨୦ ଲୋଗୋରେ ଉଦ୍‌ଭାସିତ କରାଯାଇଛି।

ସମ୍ବନ୍ଧିତ ଖବର