ଅର୍ଥନୈତିକ ସର୍ବେକ୍ଷଣ ୨୦୨୨-୨୩: ଆର୍ଥିକ ବର୍ଷ ୨୦୨୪ରେ ଭାରତର ଜିଡିପି ଅଭିବୃଦ୍ଧି ୬.୫% ହେବା ଆକଳନ

ନୂଆଦିଲ୍ଳୀ: ମଙ୍ଗଳବାର ସଂସଦରେ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ ହୋଇଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଉପସ୍ଥାପନ କରି ସୂଚନା ଦେଇଛନ୍ତି ଯେ ଆର୍ଥିକ ବର୍ଷ ୨୦୨୨-୨୦୨୩ରେ ଜିଡିପି ଅଭିବୃଦ୍ଧି ୭ ପ୍ରତିଶତ ହୋଇଥିବା ବେଳେ ଆଗାମୀ ବର୍ଷ ଏହା ୬.୫ ପ୍ରତିଶତ ହୋଇପାରେ ବୋଲି ଆକଳନ କରାଯାଇଛି। ଏହି ଅଭିବୃଦ୍ଧି ହାରରେ ଭାରତୀୟ ଅର୍ଥନୀତି ଦୁନିଆର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇ ରହିବ। ମହାମାରୀ ସମୟରେ ମନ୍ଥର ହୋଇ ଯାଇଥିବା ଅର୍ଥନୀତି ପୁଣି ଥରେ ଉଦ୍ଧାର ‌ହୋଇଛି ବୋଲି ସର୍ବେକ୍ଷଣ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଆପଣ ଜାଣନ୍ତି ଯେ ଅର୍ଥନୈତିକ ସର୍ଭେ ଆମ ଦେଶର ଅର୍ଥନୀତିର ଏକ ଚିତ୍ର ପ୍ରଦାନ କରିଥାଏ । ଏଥିରେ ଅର୍ଥନୀତିର ପ୍ରଦର୍ଶନ, ବିଭିନ୍ନ କ୍ଷେତ୍ରର ସ୍ଥିତି ଓ ପୂର୍ବାନୁମାନ, ସରକାରଙ୍କ ପ୍ରମୁଖ କାର୍ୟ୍ୟକ୍ରମଗୁଡ଼ିକର ଅଗ୍ରଗତି, ସଫଳତା-ବିଫଳତା, ଅର୍ଥନୀତିର ପୂର୍ବାନୁମାନ ଆଦି ସଂପର୍କରେ ବର୍ଣ୍ଣନା ରହିଥାଏ । ସାଧାରଣତଃ ବଜେଟ ଉପସ୍ଥାପନର ଏକ ଦିନ ପୂର୍ବରୁ ଲୋକସଭାରେ ଏହାର ଉପସ୍ଥାପନ କରାଯାଇଥାଏ, ଏହି କ୍ରମରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହୋଇଛି । ସାଧାରଣତଃ ଅର୍ଥନୈତିକ ସର୍ଭେ ମାଧ୍ୟମରେ ସରକାରଙ୍କ ବଜେଟ କେଉଁ ଦିଗରେ ଯିବ ସେ ସଂପର୍କରେ ଏକ ଧାରଣା ମିଳିଥାଏ ।

 

ସମ୍ବନ୍ଧିତ ଖବର