ପୁଲିସ୍‌ର ବର୍ବରତା: ମାସ୍କ ପିନ୍ଧିନଥିବାରୁ ବ୍ୟକ୍ତିଙ୍କ ବେକରେ ଆଣ୍ଠୁ ରଖି ନିଧୁମ ମାଡ଼ ମାରୁଥିବାର ଭିଡିଓ ଭାଇରାଲ୍‌

ଯୋଧପୁର: ପୂର୍ବରୁ ବି ଅନେକ ଥର ପୁଲିସ୍‌ମାନଙ୍କ ବର୍ବରତା ଦେଖିବାକୁ ମିଳିଛି। ନିକଟରେ ଯୋଧପୁରଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ରାଜସ୍ଥାନର ଯୋଧପୁରଠାରେ ଗୁରୁବାର ଜଣେ ବ୍ୟକ୍ତି ଫେସ୍‌ମାସ୍କ ପିନ୍ଧିନଥିବା କାରଣରୁ ଜଣେ ପୁଲିସ୍‌ ଅଧିକାରୀ ବ୍ୟକ୍ତି ଜଣଙ୍କୁ ଶାରୀରିକ ନିର୍ଯାତନା ଦେଉଥିବା ବେଳର କ୍ୟାମେରାରେ କଏଦ ହୋଇଛି। ଭିଡିଓଟି ଏବେ ସୋସିଆଲ୍‌ ମିଡିଆରେ ଘୂରିବାରେ ଲାଗିଛି।

ବ୍ୟକ୍ତି ଜଣକ ମାସ୍କ ପିନ୍ଧିନଥିବା କାରଣରୁ ତାଙ୍କୁ ୨ ଜଣ ପୁଲିସ୍‌ କର୍ମୀ ଅଟକାଇ ଚାଲାଣ କାଟିଥିଲେ। ଏହି କଥାକୁ ନେଇ ପରସ୍ପରଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଫଳରେ ପୁଲିସ୍‌ ରାଗରେ ଆସି ବ୍ୟକ୍ତି ଜଣକୁ ଆକ୍ରମଣ କରିଥିବା ଦେଖିବାକୁ ମିିଳିଥିଲା। ଏହି ସମୟର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ପୁଲିସ୍‌ର ବର୍ବରତା ଦେଖିବାକୁ ମିଳିଛି।

Swarajya

ପୀଡ଼ିତ ବ୍ୟକ୍ତି ଜଣକ ହେଉଛନ୍ତି ସୋମକରନ୍। ପୁଲିସ୍‌ ଜଣକ ସୋମକରନଙ୍କୁ ଭୂଇଁରେ ପକାଇ ତାଙ୍କ ଉପରେ ଗୋଡ଼ ଆଣ୍ଠୁ ରଖି ମାଡ଼ ପରେ ମାଡ଼ ଦେଇ ଚାଲିଥିବା ଦେଖିବାକୁ ମିଳିଛି। ଡ୍ୟୁୟୁଟିରେ ଥିବା ପୁଲିସ୍‌ କର୍ମୀଙ୍କ ଉପରକୁ ହାତ ଉଠାଇବା ଅଭିଯୋଗ ଆଣି ପୁଲିସ୍‌ କର୍ମୀ ସୋମକରନଙ୍କୁ ଏପରି ମାଡ଼ ମାରିଥିବା ସଫେଇ ଦେଇଛନ୍ତି। ପୁଲିସ୍‌ ଦ୍ବୟଙ୍କ ବିରୋଧରେ ଏଯାବତ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

ଏହାକୁ ଭାରତର ଜର୍ଜ ଫ୍ଲୋଏଡ୍‌ ମୁହୂର୍ତ୍ତ ବୋଲି ଲୋକେ କହୁଛନ୍ତି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ‌ଯେ ଆମେରିକାର ଜର୍ଜ ଫ୍ଲୋଏଡ୍‌ଙ୍କ ସହ ଅବିକଳ ଏପରି ଘଟଣା ଘଟି ବିଶ୍ବବ୍ୟାପୀ ଚର୍ଚ୍ଚା ପାଲଟିଥିଲା।

ସମ୍ବନ୍ଧିତ ଖବର