ଗହଣା ବଜାରରେ ଚଡ଼କ; ୧୦ ଗ୍ରାମ ପ୍ରତି ସୁନା ୪୦ ହଜାର
ମୁମ୍ବାଇ/ ନୂଆଦିଲ୍ଲୀ: ସଂପ୍ରତି ଅର୍ଥନୈତିକ ମାନ୍ଦାବସ୍ଥା ଦେଶର ଅର୍ଥନୀତିକୁ ଗଭୀର ଭାବେ ପ୍ରଭାବିତ କରିଥିବା ବେଳେ ଦେଶର ଗହଣା ବଜାରରେ ସୁନାର ଦର ଆଜି ସର୍ବକାଳୀନ ରେକର୍ଡ କରିଛି। ସୁନାର ଦରରେ ପ୍ରାୟ ୨୫ ପ୍ରତିଶତ ବୃଦ୍ଧି ଘଟିବା ସହ ସୁନାର ଦର ୧୦ ଗ୍ରାମ ପ୍ରତି ଆଜି ୩୯,୩୪୦ଟଙ୍କାରେ ପହଞ୍ଚିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ରୂପାର ଦରରେ ମଧ୍ୟ ଆଜି ୧ ପ୍ରତିଶତ ବୃଦ୍ଧି ଘଟିଛି। ପୂର୍ବରୁ ରୂପାର କିଲୋପ୍ରତି ଦର ୪୫,୦୫୮ ଟଙ୍କା ଥିବା ବେଳେ ଆଜି ରୂପାର କିଳୋପ୍ରତି ଦର ୪୫,୩୪୨ ଟଙ୍କାରେ ପହଞ୍ଚିଛି। ଗତ ପ୍ରାୟ ୬ଦିନ ଧରି ସୁନା ଓ ରୂପାର ଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଆଗକୁ ନଭେମ୍ବର ଶେଷ ସପ୍ତାହରୁ ବିବାହ ଋତୁ ଆରମ୍ଭ ହେବାକୁ ଯାଉଥିବା ବେଳେ ସୁନା ଓ ରୂପାର ମୂଲ୍ୟରେ ଆକାଶଛୁଆଁ ବୃଦ୍ଧି ବର୍ତ୍ତମାନ ଉଭୟ ଗ୍ରାହକ ଓ ଗହଣା ବ୍ୟବସାୟୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।