ଭାରତର କମ୍ୟୁନିକେସନ୍‌ ସାଟେଲାଇଟ୍‌ ‘ଜିସାଟ୍‌-୨୪’ର ସଫଳ ଉତ୍‌କ୍ଷେପଣ କଲା ୟୁରୋପର ‘ଏରିଏନ୍‌ସ୍ପେସ୍‌’

ବେଙ୍ଗାଲୁରୁ: ‘ନିୟୁସ୍ପେସ୍‌ ଇଣ୍ଡିଆ ଲିମିଟେଡ୍‌’ (ଏନ୍‌ଏସ୍‌ଆଇଏଲ୍‌) ନିମନ୍ତେ ‘‌ଇସ୍ରୋ’ ନିର୍ମାଣ କରିଥିବା ସାଟେଲାଇଟ୍‌ ‘ଜିସାଟ୍‌-୨୪’କୁ ଆଜି ଦକ୍ଷିଣ ଆମେରିକା ଅନ୍ତର୍ଗତ ଫ୍ରେଞ୍ଚ୍‌ ଗୁଆନାର କୁରୋସ୍ଥିତ ଫାରାସୀ କମ୍ପାନିର ‘ଏରିଏନ୍‌ସ୍ପେସ୍‌’ରୁ ସଫଳତାର ସହ ଉତ୍‌କ୍ଷେପଣ କରାଯାଇଛି।

ସମଗ୍ର ଭାରତ ପାଇଁ ‘ଡିଟିଏଚ୍‌ ଆପ୍ଲିକେସନ୍‌’ର (ଟେଲିଭିଜନ୍‌) ସମସ୍ତ ଆବଶ୍ୟକତା ପୂରଣ କରୁଥିବା ୪୧୮୦ ଓଜନର ‘ଜିସାଟ୍‌-୨୪’ ହେଉଛି ଏକ ’୨୪-କେୟୁ’ ବ୍ୟାଣ୍ଡ୍‌ କମ୍ୟୁନିକେସନ୍ ସାଟେଲାଇଟ୍‌।

କୋରୁଠାରେ ଥିବା ୟୁରୋପ୍‌ର ସ୍ପେସ୍‌ପୋର୍ଟ ‘ଗୁଆନା ସ୍ପେସ୍‌ ସେଣ୍ଟର୍‌’ରୁ ‘ଏରିଏନ୍‌-୫ ‘ଭିଏ୨୫୭’ ରକେଟ୍‌ଦ୍ବାରା ଆଜି ସକାଳ ୬: ୫୦ରେ ଉତ୍‌କ୍ଷେପଣ କରାଯାଇଥିବା ‘ଜିସାଟ୍‌-୨୪’ ମହାକାଶକୁ ଯାଇ ‘ଜିଓଷ୍ଟେସନାରି ଟ୍ରାନ୍‌ପୋର୍ଟ ଅର୍ବିଟ୍‌’ରେ ସ୍ଥାପିତ ହୋଇଛି।

ଏହା ବ୍ୟତିରେକେ, ‘ଏୟାର୍‌ବସ୍‌ ଡିଫେନ୍‌ସ୍‌ ଆଣ୍ଡ୍‌ ସ୍ପେସ୍‌’ଦ୍ବାରା ନିର୍ମିତ ‘ମଲ୍‌ଟି-ମିସନ୍‌ ଟେଲିକମ୍ୟୁନିକେସନ୍‌’ ସାଟେଲାଇଟ୍‌ ‘ମିସାଟ୍‌-୩’କୁ ମଧ୍ୟ ଏହି ଅଭିଯାନରେ ମହାକାଶକୁ ଉତ୍‌କ୍ଷେପଣ କରାଯାଇଛି।

Image Courtesy of India TV

ପ୍ରଥମ ଥର ପାଇଁ ଅନ୍ୟର ଚାହିଦା ମୁତାବକ ନିର୍ମିତ ହୋଇ ମହାକାଶକୁ ଯାଇଥିବା ‘ଜିସାଟ୍‌-୨୪’ ଉନ୍ନତ ମାନର ଟେଲିଭିଜନ୍‌, ଟେଲିଯୋଗାଯୋଗ ଏବଂ ପ୍ରସାରଣ ସେବା ଯୋଗାଇବା ସହ ଭାରତୀୟ ଗ୍ରାହକମାନଙ୍କ ‘ଡିଟିଏଚ୍‌’ ଆବଶ୍ୟକତା ପୂରଣ କରିବ।

ସୂଚନାଯୋଗ୍ୟ, ଆଜିର ସଫଳ ଉତ୍‌‌କ୍ଷେପଣକୁ ମିଶାଇ ‘ଏରିଏନ୍‌-୫’ ସମୁଦାୟ ୧୧୩ଟି କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କରିସାରିଲାଣି।  ‘ଏସିଆ-ପେସିଫିକ୍‌’ ଅଞ୍ଚଳରେ ମଧ୍ୟ ‘ବ୍ରଡ୍‌ବ୍ୟାଣ୍ଡ୍‌ କଭରେଜ୍‌’କୁ ଉନ୍ନତ କରିବ ‘ଏରିଏନ୍‌ସ୍ପେସ୍‌’ କହିଛି।

ଉଲ୍ଲେଖଯୋଗ୍ୟ, ମହାକାଶ ବିଭାଗ ଅଧୀନରେ ଥିବା ଭାରତ ସରକାରଙ୍କ କମ୍ପାନି ‘ନିୟୁସ୍ପେସ୍‌ ଇଣ୍ଡିଆ ଲିମିଟେଡ୍‌’ ତା’ର ସମଗ୍ର ସାଟେଲାଇଟ୍‌ କାର୍ଯ୍ୟକଳାପ ‘ଟାଟା ପ୍ଲେ’କୁ ଲିଜ୍‌ ଦେଇଛି।

ସମ୍ବନ୍ଧିତ ଖବର